ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଖରାଛୁଟିରେ ଘରେ ବସି ପାଠ ପଢିବେ !

ଭୁବନେଶ୍ୱର: ଏଥର ଖରାଛୁଟିରେ ମଧ୍ୟ ବନ୍ଦ ହେବ ନାହିଁ ପାଠପଢା। ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଘରେ ବସି ଶିକ୍ଷାଦାନ ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଜାରି ହୋଇଛି।ଏହି ବ୍ୟବସ୍ଥା ଅନୁଯାୟୀ, ଅଭିଭାବକଙ୍କ WhatsApp ଜରିଆରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ। ଶ୍ରେଣୀ ଅନୁସାରେ ସମର ଲର୍ଣ୍ଣିଂ ବ୍ୟବସ୍ଥା ପାଇଁ ଆସାଇନମେଣ୍ଟ ପଠାଯିବା ସହିତ ଅଡିଓ ଓ ଭିଜୁଆଲ ମାଧ୍ୟମରେ ମଧ୍ୟ ଶିକ୍ଷା ସମଗ୍ରୀ ଯୋଗାଇ ଦିଆଯିବ। ଏହା ମାଧ୍ୟମରେ ପିଲାମାନେ ଛୁଟି ସମୟରେ ମଧ୍ୟ ପଢାରେ ଜଡିତ ରହିପାରିବେ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି।
ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରତ୍ୟେକ ଶ୍ରେଣୀ ପାଇଁ ହ୍ବାଟ୍ସଆପ ଗ୍ରୁପ୍ ତିଆରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ମାଧ୍ୟମରେ ପଢାଶୁଣାକୁ ଆହୁରି ସକ୍ରିୟ କରିବା ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ ଦ୍ୱାରା ଡିଜିଟାଲ ଶିକ୍ଷାକୁ ଆଗକୁ ନେବାକୁ ଚେଷ୍ଟା କରାଯାଉଛି। ଏହି ପଦକ୍ଷେପରେ ଡିଜିଟାଲ ଶିକ୍ଷାକୁ ସୁଦୃଢ କରିବା ସହ ଅଭିଭାବକଙ୍କ ଭୂମିକାକୁ ବଢାଇବା ଲକ୍ଷ୍ୟ ରହିଛି। ଶିକ୍ଷକମାନେ ଅଭିଭାବକଙ୍କ ସହ ସମନ୍ୱୟ କରି ପିଲାମାନଙ୍କ ଆସାଇନମେଣ୍ଟ ସମାପ୍ତ କରାଇବେ। ଏହି ଯୋଜନାର ଖର୍ଚ୍ଚ ସମଗ୍ର ଶିକ୍ଷା ଯୋଜନାର କମ୍ପୋଜିଟ୍‌ ଗ୍ରାଣ୍ଟରୁ ବ୍ୟୟ ହେବ। ଶିକ୍ଷା ବିଭାଗ ଅନୁସାରେ, ଏହା ଓଡ଼ିଶାରେ ନୂତନ ଶିକ୍ଷା ପଦ୍ଧତିକୁ ଆଗକୁ ନେବା ସହ ଛୁଟି ସମୟରେ ଶିକ୍ଷାର ଅଭାବକୁ ପୂରଣ କରିବ।

  • Related Posts

    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading
    ନିଟ୍ ପୁନଃ ପରୀକ୍ଷା: ବ୍ୟକ୍ତିଗତ ଭାବେ ତୀକ୍ଷ୍ଣ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

    ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ବିବାଦ ପରେ ଜୁନ୍ ୨୧ ତାରିଖରେ ହେବାକୁ ଥିବା ନିଟ୍ ପୁନଃ ପରୀକ୍ଷା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ପ୍ରକ୍ରିୟାର ପ୍ରତ୍ୟେକ ପର୍ୟ୍ୟାୟରେ ସୁରକ୍ଷା କଡ଼ାକଡ଼ି କରୁଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦିଲ୍ଲୀସ୍ଥିତ ବାସଭବନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ