ସାଧାରଣତଃ ଶୀତଦିନେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ ଅଧିକ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍-ଏ, ଭିଟାମିନ୍ ‘ସି’, ଭିଟାମିନ୍ ‘ଇ’, ଫଲିକ୍ ଏସିଡ଼୍, ଲୌହ, କ୍ୟାଲ୍ସିୟମ୍, ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଇତ୍ୟାଦି ଉପାଦାନ ଭରି ରହିଛି। ଗାଜରରେ ବିଟା କାରୋଟିନ୍, ଭିଟାମିନ୍ ‘ସି’, ବିଟ୍ରେ ଭିଟାମିନ୍-ଏ, ବି,ସି,କେ ଭରି ରହିଛି। ଜୁସ୍ ହିସାବରେ ଏହା ଖୁବ୍ ଉପଯୋଗୀ। ଶାଗରୁ ମଧ୍ୟ ଅତି ଉପକାରୀ ଓମେଗା-୩ ନାମକ ସ୍ନେହସାର ମିଳିଥାଏ। ତେଣୁ ନିୟମିତ ଶାଗ ଖାଇଲେ ରକ୍ତହୀନତା, ହୃଦ୍ରକ୍ତନଳୀ ରୋଗ, ଡାଇବେଟିସ୍, କାଟାରାକ୍ଟ, ପୃଥୁଳତା, କୋଷ୍ଠକାଠିନ୍ୟ ଆଶଙ୍କା କେତେକାଂଶରେ ହ୍ରାସ ପାଏ। ଶୀତଦିନେ ତଟକା ଗାଜର, ବିଟ୍ ଓ କନ୍ଦମୂଳ ପ୍ରଚୁର ପରିମାଣରେ ମିଳେ। ମୂଳାରେ ଭିଟାମିନ୍, ଖଣିଜ ଲବଣ ଆଦି ରହିଛି। ତେଣୁ ଡାଇବେଟିସ୍ ଓ ପୃଥୁଳ ରୋଗୀମାନେ ଏହାକୁ ନିରାପଦରେ ଖାଇପାରିବେ।
ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ
ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…




