ଶେଷ ହେଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା

ପୁରୀ: ଶେଷ ହୋଇଛି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ତଥା ରଥଯାତ୍ରା । ସ୍ନାନ ପୂର୍ଣ୍ଣିମାଠାରୁ ରତ୍ନବେଦୀ ଛାଡିଥିବା ଚତୁର୍ଦ୍ଧାମୂର୍ତ୍ତି ଗତକାଲି (ମଙ୍ଗଳବାର) ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ ନିଳାଦ୍ରୀବିଜେରେ ନୀଳକନ୍ଦରକୁ ଫେରିଛନ୍ତି । ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନିଳାଦ୍ରୀ ବିଜେ ନୀତି । ରଥରୁ ଗୋଟି ପହଣ୍ଡିରେ ଓହ୍ଲାଇ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଏକାଦଶୀରେ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୟୋଦଶୀ ତିଥିରେ ନୀଳାଦ୍ରି ବିଜେ ନୀତି ଶେଷ ହୋଇଛି । ତେବେ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା ମହାପ୍ରଭୁ କେତେ ବେଳେ ଶ୍ରୀମନ୍ଦିର ବାହାରକୁ ଆସି ବିଶ୍ବ ବ୍ରହ୍ମାଣ୍ଡକୁ ଦର୍ଶନ ଦେବେ ।ଗହଳ, ଚହଳରେ ଗୋଟି ପହଣ୍ଡିରେ ଶ୍ରୀଜିଉମାନେ ନୀଳକନ୍ଦରକୁ ଫେରିଛନ୍ତି ।ପ୍ରଥମେ ବଡ଼ ଠାକୁର ପ୍ରଭୁ ବଳଭଦ୍ର ଏବଂ ତା’ପରେ ଦେବୀ ସୁଭଦ୍ରା ଶ୍ରୀମନ୍ଦିରକୁ ପ୍ରବେଶ କରିଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ ବାଟ ଓଗାଳି ଥିଲେ ଅଭିମାନିନୀ ମା’ ଲକ୍ଷ୍ମୀ । ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଅବସରରେ ପ୍ରଭୁ ଜଗନ୍ନାଥ ତାଙ୍କୁ ରସଗୋଲା ପ୍ରଦାନ କରିଥିଲେ । ଏହାପରେ ସିଂହଦ୍ୱାର ଖୋଲିଥିଲା ଏବଂ ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ।ମହାପ୍ରଭୁଙ୍କ ଉପରେ ଋଷିଥିଲେ ମା’ ଲକ୍ଷ୍ମୀ ସାଆନ୍ତାଣୀ ।ଶ୍ରୀମନ୍ଦିରରେ ମା’ ଲକ୍ଷ୍ମୀଙ୍କୁ ଛାଡି ଭାଇ-ଭଉଣୀଙ୍କୁ ନେଇ ନବଦିନାତ୍ମକ ଗୁଣ୍ଡିଚା ଯାତ୍ରାରେ ବାହାରି ଯାଇଥିଲେ ମହାପ୍ରଭୁ । ସାଥିରେ ନେଇନଥିବାରୁ ରାଗିଛନ୍ତି ମା’ ଲକ୍ଷ୍ମୀ ଠାକୁରାଣୀ । ଫଳରେ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ମଣିମାଙ୍କ ବାଟ ଓଗାଳି ଥିଲେ ମା’ ଲକ୍ଷ୍ମୀ ।ଏହାପରେ ରସଗୋଲା ଓ ପାଟ ଶାଢ଼ୀ ଦେଇ ପ୍ରାଣପ୍ରିୟା ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ ମହାପ୍ରଭୁ । ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ଵାର ନିକଟରେ ପହଞ୍ଚିବା ସମୟରେ ସାମୟିକ ଭାବେ ଦ୍ଵାର ବନ୍ଦ ରହିଥିଲା । ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ଲକ୍ଷ୍ମୀଙ୍କ ମଧ୍ୟରେ ବଚନିକା ହୋଇଥିଲା । ମହାପ୍ରଭୁ ଜନ୍ମବେଦୀକୁ କେବଳ ଭାଇ ଓ ଭଉଣୀଙ୍କୁ ନେଇ ରଥଯାତ୍ରାରେ ଯାଇଥିବାରୁ ମା’ ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କ ଉପରେ ଅଭିମାନ କରିଥିଲେ ।ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ‘ଆଜି(ବୁଧବାର) ଠାରୁ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇବା ସହ ଅବଢ଼ା ପାଇ ପାରିବେ । ଚଳିତ ବର୍ଷ ଘୋଷ ଯାତ୍ରା ଶୃଙ୍ଖଳିତ ଭାବରେ ହୋଇଛି । ସେବାୟତଙ୍କ ସହଯୋଗ ପାଇଁ ଆମେ ଗଭିର କୃତଜ୍ଞତା ଜ୍ଞାପନ କରୁଛୁ । ପହଣ୍ଡି ନୀତି ମଧ୍ୟ ସୂଚାରୁରୂପେ ଅନୁଷ୍ଠିତ ହୋଇଛି । ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ନିଷିଦ୍ଧ ଥିବା ବେଳେ ୭ ଜଣ ସେବାୟତ ରଥ ନିୟମ ଉଲ୍ଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ସିଂହଦ୍ଵାର ଥାନାରେ ଏତଲା ଦେଇଛୁ ।’ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ରଞ୍ଜନ ପଣ୍ଡା କହିଛନ୍ତି, ‘ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ ହୋଇଛି । ନୀଳାଦ୍ରି ବିଜେ ପରେ ଶ୍ରୀମନ୍ଦିରରେ ଅନେକ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ତେବେ ବୁଧବାର ସକାଳେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ମଙ୍ଗଳ ଆଳତୀ ସହିତ ଅନ୍ୟାନ୍ୟ ନୀତି ବଢିବା ପରେ ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିରକୁ ମହାପ୍ରଭୁ ଫେରିବା ପରେ ପୁଣି ଶ୍ରୀମନ୍ଦିର ହେବ ଚଳଚଞ୍ଚଳ । ଭକ୍ତ ପାଇବେ ନୀଳାଚଳ ଅବଢ଼ା ।

  • Related Posts

    ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

    ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…

    Continue reading
    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ