ଶୋଇବା ଘରର ବାସ୍ତୁ ନିୟମ

ବେଡ଼ରୁମ୍ ହେଉଛି ଘରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ମଧ୍ୟ ଦେଇ ସବୁବେଳେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ପ୍ରବାହିତ ହୁଏ । ଯଦି ଶୋଇବା ଘରର ଆସବାବପତ୍ର ସଠିକ ଜାଗାରେ ରଖାନଯାଏ ତାହା ବୈବାହିକ ତଥା ଦାମ୍ପତ୍ୟ ଜୀବନରେ ଅଶାନ୍ତି ଆସିଥାଏ । ତେଣୁ ପାରିବାରିକ ଜୀବନକୁ ସୁଖମୟ କରିବା ପାଇଁ ଶୋଇବା ଘରର ଜିନିଷକୁ ସଠିକ୍ ସ୍ଥାନରେ ରଖନ୍ତୁ । ଟିଭି, ଏସି ଭଳି ବୈଦୁ୍ୟତିକ ଜିନିଷକୁ ଶୋଇବା ଘରର ଦକ୍ଷିଣ-ପୂର୍ବ କୋଣରେ ରଖନ୍ତୁ । ଯଦି ଏମିତି ରଖିବା ସମ୍ଭବ ହେଉନାହିଁ ତେବେ ଏହାକୁ କପଡ଼ାରେ ଘୋଡ଼ାଇ ରଖନ୍ତୁ ।
˜ ବେଡ଼ରୁମରେ ଦକ୍ଷିଣ-ପଶ୍ଚିମ ଦିଗକୁ କଦାପି ଖାଲି ରଖନ୍ତୁ ନାହିଁ । ଏହି କୋଣରେ କୌଣସି ଭାରି ଜିନିଷ ଯେପରିକି, ଟେବୁଲ, ଚୌକି ଆଦି ରଖିପାରିବବେ ।
˜ ବେଡ଼୍ରୁମରେ କପଡ଼ା ରଖିବା ଓ ଆଲମାରୀକୁ ଉତ୍ତର-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ରଖିବା ଉଚିତ୍ ।
˜ ସିନ୍ଦୁକକୁ ବି ଘରର ଦକ୍ଷିଣ ଦିଗରେ ରଖନ୍ତୁ । ଯେପରିଏହାକୁ ଖୋଲିବା ବେଳେ ଏହାର ମୁହଁ ଉତ୍ତର ଦିଗକୁ ରହିବ ।
˜ ଶୋଇବା ଘରେ ଡ୍ରେସିଂ ଟେବୁଲ୍ ଓ ଦର୍ପଣ ରଖିବା ପାଇଁ ପୂର୍ବ କିମ୍ବା ଉତ୍ତର ଦିଗ ଉପଯୁକ୍ତ । ସେହିଭଳି ଶୋଇବା ଘରର ପଶ୍ଚିମ କିମ୍ବା ଉତ୍ତର ଦିଗରେ ବାଥ୍ରୁମ ରହିବା ଉଚିତ୍ । ନଚେତ୍୍ ବାଥ୍ରୁମ୍ ସାମ୍ନାରେ ଏକ ପରଦା ଟାଙ୍ଗି ରଖନ୍ତୁ ।
˜ ଶୋଇବା ଘରେ ପାଠ ପଢ଼ିବା ପାଇଁ ଚାହୁଁଥିଲେ ଏଥିପାଇଁ ପୂର୍ବ କିମ୍ବା ପଶ୍ଚିମ ଦିଗକୁ ଚୟନ କରନ୍ତୁ ବା ପଢ଼ିବା ସମୟରେ ବ୍ୟକ୍ତିର ମୁହଁ ପୂର୍ବ ଦିଗକୁ ରହିବା ଆବଶ୍ୟକ ।
˜ ବାସ୍ତୁ ଅନୁସାରେ ସୁନିଦ୍ରା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୋଇବା ସମୟରେ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୁଅନ୍ତୁ ।

  • Related Posts

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

    Continue reading
    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ଆଜିକାଲି ଦମ୍ପତିମାନେ ପ୍ରାୟତଃ ସାମାନ୍ୟ କଥାକୁ ନେଇ ଝଗଡ଼ା କରନ୍ତି। କେତେକ ସମୟରେ, ଏହି ଛୋଟ ଛୋଟ ସମସ୍ୟା ଛାଡପତ୍ର ପର୍ଯ୍ୟନ୍ତ ବଢ଼ିଯାଏ। ଆଜିର ସମୟରେ ଦମ୍ପତିଙ୍କ ମଧ୍ୟ ସ୍ଲିପ୍ ଡିଭୋର୍ସ ମଧ୍ୟ ବଢୁଛି। ତେବେ ଏହି ସ୍ଲିପ୍ ଡିଭୋର୍ସ କ’ଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ