ଶୋଇବା ପୂର୍ବରୁ ପାଣି ପିଇବା ଉଚିତ୍‌‌ କି ନୁହେଁ?

ସୁସ୍ଥ ରହିବା ପାଇଁ ସଭିଁଙ୍କୁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି। ପର୍ୟ୍ୟାପ୍ତ ମାତ୍ରାରେ ପାଣି ପିଇବା ନିତାନ୍ତ ଜରୁରୀ। ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ରୋଗର କାରଣ ପାଲଟିଥାଏ। ତେବେ ଶୋଇବା ପୂର୍ବରୁ ପାଣି ପିଇବା ଉଚିତ କି ନୁହେଁ। ତାହା ସଭିଁଙ୍କୁ ହୁଏତ ଜଣାନଥିବ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏହାକୁ ନେଇ ମତ ମଧ୍ୟ ରହିଛି।
ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବାର କିଛି ସମୟ ପରେ ପାଣି ପିଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଏହାସହ ପେଟ ସହ ଜଡିତ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଶୋଇବାର ୧ ଘଣ୍ଟା ପୂର୍ବରୁ ପାଣି ପିଇବା ଦ୍ୱାରା ମାଇଗ୍ରେନ ସହ ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଥାଏ।
ରାତିରେ ଶୋଇବା ପୂର୍ବରୁ ଅଧିକ ପରିମାଣରେ ପାଣି ପିଇବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗିଥାଏ। ଫଳରେ ନିଦ ବାରମ୍ବାର ଭାଙ୍ଗିଥାଏ। ଭରପୁର ନିଦ ନହେବା ଦ୍ୱାରା ହୃଦୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଏହାସହ ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଓଜନ ବୃଦ୍ଧି, ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ୍‌‌ ସମସ୍ୟା ସୃଷ୍ଟି ହୋଇଥାଏ।
ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ପାଣି ପିଇବା ଉଚିତ୍‌‌। ଏହାସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ରକ୍ତ ସଞ୍ଚାଳନ ସଠିକ୍‌‌ ଭାବେ ହୋଇଥାଏ। ବଦହଜମି, ଏସିଡିଟି, ବ୍ୟସ୍ତ ବିବ୍ରତ ଆଦି ସମସ୍ୟା ଦୂର ହୋଇଥାଏ। ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ହେବା ଦ୍ୱାରା ଶରୀରରୁ ଅନେକ ରୋଗ ଦୂର ହୋଇଥାଏ।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ