ଶ୍ରମିକ ଆନ୍ଦୋଳନ, ମଜୁରୀରେ ୨୧% ବୃଦ୍ଧି ଘୋଷଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶିଳ୍ପନଗରୀ ନୋଏଡ଼ାରେ ଦେଖାଦେଇଥିବା ଶ୍ରମିକ ଆନ୍ଦୋଳନ ଶେଷରେ ଉଗ୍ର ରୂପ ଧାରଣ କରିଛି । ୪ ଦିନ ଧରି ଚାଲିଥିବା ଏହି ବିକ୍ଷୋଭ ସୋମବାର ହିଂସାତ୍ମକ ମୋଡ଼ ନେବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ବିଳମ୍ବିତ ରାତିରେ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀରେ ୨୧ ପ୍ରତିଶତର ଅନ୍ତରୀଣ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ସରକାରଙ୍କ ନୂତନ ନିଷ୍ପତ୍ତି ଅନୁଯାୟୀ, ଏହି ବର୍ଦ୍ଧିତ ମଜୁରୀକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି । ନୋଏଡ଼ା-ଗାଜିଆବାଦ, ମହାନଗର ନିଗମ ଅଧୀନରେ ଥିବା ସହର ଏବଂ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ପାଇଁ ପୃଥକ୍ ପୃଥକ୍ ହାର ସ୍ଥିର କରାଯାଇଛି । ଏହି ନୂତନ ଦର ଏପ୍ରିଲ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ ବୋଲି ସୂଚନା ମିଳିଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୧୧,୩୧୩ରୁ ବୃଦ୍ଧି କରି ୧୩,୬୯୦ କରାଯାଇଛି । ମୋଟ୍ ୨,୩୭୭ ବୃଦ୍ଧି କରାଯାଇଛି । ଅର୍ଦ୍ଧ-କୁଶଳୀ ୧୨,୪୪୫ରୁ ବୃଦ୍ଧି କରି ୧୫,୦୫୯ କରାଯାଇଛି । ଅନ୍ୟପଟେ କୁଶଳ ଶ୍ରମିକଙ୍କ ମଜୁରୀ ୧୩,୯୪୦ରୁ ୧୬,୮୬୮କୁ ବୃଦ୍ଧି କରାଯାଇଛି ।

ସୋମବାର ସକାଳୁ ନୋଏଡ଼ା ସ୍ଥିତ ‘ମଦରସନ’ କମ୍ପାନୀରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସମଗ୍ର ସହରରେ ଦେଖାଥିଲା । ପ୍ରାୟ ୪୦୦ରୁ ଅଧିକ କମ୍ପାନୀରେ ଭଙ୍ଗାରୁଜା କରାଯାଇଥିବା ବେଳେ ପ୍ରାୟ ୧୦୦୦ରୁ ଅଧିକ ଗାଡ଼ି ନଷ୍ଟ କରାଯାଇଛି । ଉତ୍ତ୍ୟକ୍ତ ଶ୍ରମିକମାନେ ଅନେକ ଯାନବାହନରେ ନିଆଁ ଲଗାଇ ଦେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଜଣେ ସବ୍-ଇନ୍ସପେକ୍ଟରଙ୍କ ସମେତ ୫ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଗୁଜବରୁ ସାବଧାନ ସୋସିଆଲ ମିଡିଆରେ ଶ୍ରମିକଙ୍କ ମାସିକ ଦରମା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ନେଇ ଏକ ଖବର ଭାଇରାଲ ହେବାରେ ଲାଗିଛି ।

ତେବେ ରାଜ୍ୟ ସରକାର ଏହାକୁ ସମ୍ପୂର୍ଣ୍ଣ ଭ୍ରାମକ ଏବଂ ଭିତ୍ତିହୀନ ବୋଲି ସ୍ପଷ୍ଟ କରିଛନ୍ତି । ସରକାର କହିଛନ୍ତି ଯେ କେବଳ ଅନ୍ତରୀଣ ବୃଦ୍ଧି ଘୋଷଣା କରାଯାଇଛି ଏବଂ ଶ୍ରମିକମାନେ କୌଣସି ଗୁଜବରେ ବିଶ୍ୱାସ ନକରିବା ଉଚିତ୍ । ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ପୁଲିସ ଏପର୍ଯ୍ୟନ୍ତ ୬୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିବା ବେଳେ ପ୍ରାୟ ୨୫୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏହି ଆନ୍ଦୋଳନର ପ୍ରଭାବ ଏବେ ଫରିଦାବାଦ, ପଲୱଲ ଏବଂ ଲକ୍ଷ୍ନୌ ଭଳି ସହରରେ ମଧ୍ୟ ଦେଖିବାକୁ ମିଳିଲାଣି, ଯାହାକୁ ନେଇ ପୂରା ପ୍ରଦେଶରେ ହାଇ-ଆଲର୍ଟ ଜାରି କରାଯାଇଛି । ହରିୟାଣା ସରକାର ନିକଟରେ ଶ୍ରମିକଙ୍କ ମଜୁରୀ ବଢ଼ାଇବା ପରେ ନୋଏଡ଼ାର ଶ୍ରମିକମାନେ ଏହି ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ବର୍ତ୍ତମାନ ଯୋଗୀ ସରକାରଙ୍କ ଏହି ୨୧% ବୃଦ୍ଧି ନିଷ୍ପତ୍ତି ଶ୍ରମିକମାନଙ୍କୁ କେତେଦୂର ସନ୍ତୁଷ୍ଟ କରୁଛି, ତାହା ଦେଖିବାକୁ ବାକି ରହିଲା ।

  • Related Posts

    ବାପ-ପୁଅଙ୍କୁ ଛୁରୀ ଭୁଷି ମାରିଦେଲା ପଡ଼ୋଶୀ

    ନୂଆଦିଲ୍ଲୀ:ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଚିତ୍ତରଞ୍ଜନ ପାର୍କ ସ୍ଥିତ ଗୋଟିଏ ଆବାସିକ କମ୍ପ୍ଲେକ୍ସରେ ଘଟିଛି ଭୟଙ୍କର ଘଟଣା। ବାପ-ପୁଅଙ୍କୁ ଛୁରୀ ଭୁଷି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ସେମାନଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ବ୍ୟକ୍ତି। ଟଙ୍କା…

    Continue reading
    ହୋର୍ମୁଜକୁ ନେଇ ପୁଣି ଧମକ ଦେଲା ଇରାନ: ‘ଆମେରିକା ଅବରୋଧ ନହଟାଇଲେ ଆକ୍ସନ ନେବୁ’

    ନୂଆଦିଲ୍ଲୀ: ପଶ୍ଚିମ ଏସିଆ ସଙ୍କଟ ଭିତରେ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ୪୮ ଦିନ ପରେ ହୋର୍ମୁଜ ପ୍ରଣାଳୀ ଖୋଲିଛି । ଯୁଦ୍ଧବିରତି ଯାଏ ହୋର୍ମୁଜ ଖୋଲା ରହିବ ବୋଲି କହିଛି ଇରାନ । ତେହେରାନର ଏହି ନିଷ୍ପତ୍ତି ପରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ