ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପେଯ ନଳା ପାଣିରେ ଭାସିଲା

ପୁରୀ, : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶନିବାର ସକାଳ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପେଯ ନଳା ପାଣି ଭାସିଥିଲା, ଯାହାକୁ ନେଇ ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ପ୍ରାୟ ୩ଘଣ୍ଟା ଧରି ଭକ୍ତ ସେବାୟତମାନେ ଡ୍ରେନ୍‌ରୁ ବାହାରୁଥିବା ପେଯ ଓ ନଳା ପାଣି କୁଦି ଶ୍ରୀମନ୍ଦିର ମଧ୍ୟକୁ ଯାଇଥିଲେ। ପ୍ରଶାସନର ଦାୟିତ୍ୱହୀନତାରୁ ଏଭଳି ଘଟିଲା ବୋଲି ସେବାୟତମାନେ କହିଛନ୍ତି।

ଶନିବାର ସକାଳେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପେଯନଳାରୁ ନିର୍ଗତ ପାଣି ଭାସିଥିଲା। ପେଯ ପାଣି ବହିବା କାରଣରୁ ଭକ୍ତମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ଭୋଗିଥିଲେ। କେବଳ ଭକ୍ତ ନୁହନ୍ତି, ମହାପ୍ରଭୁଙ୍କ ଦୈନନ୍ଦିନ ପାଳି ଖଟୁଥିବା ସେବକମାନେ ମଧ୍ୟ ଏହି ପେଯ ପାଣିକୁ ପାଦରେ ମାଡ଼ି ଶ୍ରୀମନ୍ଦିରକୁ ଯାଉଥିଲେ। ଅପରପକ୍ଷରେ ପେଯସ୍ରୋତକୁ ସଫା କରିବା ପାଇଁ ନାକେଦମ ହୋଇଥିଲେ ସଫେଇ କର୍ମଚାରୀ। ଦୀର୍ଘ ୩ଘଣ୍ଟା ଝାଡୁ ମାରିବା ପରେ ମଧ୍ୟ ବନ୍ଦ ହୋଇ ନ ଥିଲା ପାଣି ପ୍ରବାହ। ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଯୟ ଯେନା ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଟାଟା ଅଧିକାରୀଙ୍କୁ ଡ୍ରେନ୍‌ ସଫା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୩ଘଣ୍ଟା ପରେ ଟାଟା ଅଧିକାରୀମାନେ ଡ୍ରେନ୍‌ ସଫା କରି ସ୍ଥିତିକୁ ସ୍ବାଭାବିକ କରିଥିଲେ। ଡ୍ରେନ୍‌ ସଫା ହେବାପରେ ପେଯନଳା ପାଣି ଡ୍ରେନ ଦେଇ ଯାଇଥିଲା ଓ ସ୍ଥିତି ସ୍ବାଭାବିକ ହୋଇଥିଲା। ସୂଚନାଯୋଗ୍ୟ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ପରେ ମହାପ୍ରସାଦରୁ ବାହାରୁଥିବା ପେଯ ଓ ପାଣି ଶ୍ରୀମନ୍ଦିର ରୋଷଶାଳାରୁ ଏକ ନିର୍ଦ୍ଦିଷ୍ଟ ନାଳ ଦେଇ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଥିବା ଏକ ନାଳଦେଇ ବାହାରକୁ ଆସିଥାଏ। ଉକ୍ତ ନାଳକୁ ପେଯନଳା ବୋଲି କୁହାଯାଇଥାଏ। ପରେ ପେଯଗୁଡିକ ଏକ କୁଣ୍ଡ ଦେଇ ଡ୍ରେନକୁ ଯାଇଥାଏ। ମାତ୍ର ଡ୍ରେନ ଯାମ ହେବା କାରଣରୁ ପେଯ ଓ ନଳା ପାଣି ଓଭର ଫ୍ଲୋ ହୋଇ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭାସିଥିଲା, ଯାହାକୁ ସେବାୟତଙ୍କଠାରୁ ଆରମ୍ଭକରି ଭକ୍ତମାନେ କୁଦି ଶ୍ରୀମନ୍ଦିର ମଧ୍ୟକୁ ଯାଇଥିଲେ। ପରିକ୍ରମା ପ୍ରକଳ୍ପର ତରବରିଆ ଭାବରେ ନିର୍ମାଣ ହେବା କାରଣରୁ ଏପରି ସମସ୍ୟା ଦେଖାଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି। ସେବାୟତଙ୍କ କହିବା ଅନୁଯାୟୀ ଏପରି ଘଟଣା ପ୍ରଥମ ଥର ହୋଇନାହିଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି। ଏନେଇ ପ୍ରଶାସନକୁ ଯଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନ ଗୁରୁତ୍ୱର ସହ ନେଉନାହିଁ। ଏହାଦ୍ୱାରା ସେବାୟତଙ୍କ ସହ ଭକ୍ତମାନେ ସମସ୍ୟା ଭୋଗୁଛନ୍ତି। ତେଣୁ ଏପରି ଘଟଣାର ସ୍ଥାୟୀ ସମାଧାନ ହେବା ଆବଶ୍ୟକ ବୋଲି ସେବାୟତମାନେ ଦାବି କରିଛନ୍ତି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଯୟ କୁମାର ଯେନା କହିଛନ୍ତି, ଡ୍ରେନ୍‌ ଚୋକ୍‌ ଯୋଗୁ ଏଭଳି ସମସ୍ୟା ଉପୁଯିଥିଲା।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ