
ପୁରୀ:ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍।ପୁରୀ ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନ୍ରେ ପୁଣି ଉଡ଼ିଲା। ସୋମବାର ସନ୍ଧ୍ୟା ପ୍ରାୟ ୫ଟା ୫୫ ମିନିଟ୍ ସମୟରେ ଶ୍ରୀମନ୍ଦିର ପରିସର ଉପରେ ଏକ ଡ୍ରୋନ୍ ଉଡ଼ୁଥିବାର ନଜରକୁ ଆସିଥିଲା।ଘଟଣା ସାମ୍ନାକୁ ଆସିବା ପରେ ସିଂହଦ୍ୱାର ଥାନା ପୋଲିସ ଓ ଏକ ସ୍ୱତନ୍ତ୍ର ଟିମ୍ ଡ୍ରୋନ୍ଟିକୁ କାବୁ କରିବାରେ ସକ୍ଷମ ହୋଇଥିଲେ।। ଧାନକୁଟି ସାହି ଗଳି ଅଞ୍ଚଳରୁ ଜଣେ ବ୍ୟକ୍ତି ଡ୍ରୋନ୍ଟିକୁ ଅପରେଟ୍ କରୁଥିବା ବେଳେ ଚିହ୍ନଟ ହୋଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣକ ଝାଡ଼ଖଣ୍ଡ ରାଜ୍ୟ ଦିପୁ କୁମାର ଯାଦବ (୨୫) ବୋଲି ଜଣାପଡ଼ିଛି। ବର୍ତ୍ତମାନ ଯୁବକ ଜଣକୁ ସିଂହଦ୍ୱାର ଥାନାରେ ଅଟକ ରହିଥିବା ନେଇ ଜଣାପଡିଛି।








