ସଂଗଠନ ମଜଭୁତ ପାଇଁ ରାଜ୍ୟର ୪ ଜୋନକୁ ଜଗିବେ କଂଗ୍ରେସର ହେଭିୱେଟ

ଭୁବନେଶ୍ୱର : ସଂଗଠନ ମଜଭୁତ ପାଇଁ ହାତର ସିକ୍ରେଟ ପ୍ଲାନର । ରାଜ୍ୟର ୪ ଜୋନକୁ ଜଗିବେ ଦଳର ହେଭିୱେଟ । ସଭାପତିଙ୍କ କାନ୍ଧରେ ରହିବ ଦକ୍ଷିଣ ଓ ପଶ୍ଚିମ ଦାୟିତ୍ୱ । ଉତ୍ତର ଓ ଉପକୂଳ ଜଗିବେ ବରିଷ୍ଠ ନେତା ।୨୬ ବର୍ଷ ହେବ କଂଗ୍ରେସ କ୍ଷମତା ବାହାରେ । ଦଳର ଭୋଟ ପ୍ରତିଶତ ୩୩ରୁ ଖସି ୧୩ରେ ପହଂଚିଲାଣି । ତୃଣମୂଳ ସ୍ତରରେ ସଂଗଠନ ଦୁର୍ବଳ ସ୍ଥିତିରେ ରହିଛି l ୨୦୨୯ ରାଜ୍ୟ କଂଗ୍ରେସ ପାଇଁ ଶେଷ ସୁଯୋଗ । ଏହି ସୁଯୋଗକୁ ଓଡିଶା କଂଗ୍ରେସ ହାତ ଛଡା କରିବନି l ଏଥପାଇଁ ଦଳ ପ୍ରସ୍ତୁତ କରିଛି ସିକ୍ରେଟ ଭିକ୍ଟ୍ରି ପ୍ଲାନ । ମିଳିତ ନେତୃତ୍ୱ ଜରିଆରେ ଦଳକୁ ଆଗକୁ ବଢ଼ାଇବା ପାଇଁ ପିସିସି ଲମ୍ବା ରୋଡ ମ୍ୟାପ ପ୍ରସ୍ତୁତ କରିଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଉପକୂଳ, ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଓଡିଶା ଲାଗି ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଖୋଦ ପିସିସି ସଭାପତି ଭକ୍ତ ଦାସ ଦକ୍ଷିଣ ଓ ପଶ୍ଚିମ ଓଡିଶା ଦାୟିତ୍ୱରେ ରହିଛନ୍ତି । ସେହିପରି ବରିଷ୍ଠ ନେତା ଜୟଦେବ ଜେନା, ଶ୍ରୀ କାନ୍ତ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସୁରେଶ ରାଉତରାୟ, ଶରତ ରାଉତ, ବିଶ୍ୱ ରଂଜନ ମହାନ୍ତି ପରି ହେଭିୱେଟ ନେତାଙ୍କ କାନ୍ଧରେ ରହିଛି ଉପକୂଳ ଓଡିଶା ଓ ଉତ୍ତର ଓଡିଶା ଦାୟିତ୍ୱ । ପିସିସିର ଏହି ବଡ ପ୍ଲାନର ବିଷୟରେ ବଖାଣିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ।

ଓଡି଼ଶାରେ କଂଗ୍ରେସ ସଂଗଠନକୁ ମଜଭୁତ କରିବା ଲାଗି ଏଆଇସିସି ଫୋକସ କରିଛି । ୨୦୨୫ ଆରମ୍ଭରେ କଂଗ୍ରେସ ଅଧ୍ୟକ୍ଷ ଓ ରାହୁଲ ଗାନ୍ଧୀ ଓଡ଼ିଶା ଆସି କର୍ମୀ ଓ ନେତାଙ୍କ ମନରେ ଜୋସ ଭରିଥିଲେ । ୨୦୨୬ରେ ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଅନ୍ୟ କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶା ଆଣିବା ଲାଗି ଦଳ ଯୋଜନା କରିଛି । ତୃଣମୂଳ ସ୍ତରର ସଂଗଠନକୁ ମଜଭୁତ କରିବା ଲାଗି ବ୍ଲକ, ନଗରକୁ ନୂଆ ରୂପ ଦେବାରେ ଲାଗିଛି ପିସିସି । ଏକଜୁଟ ହୋଇ ଦଳ ଲକ୍ଷ୍ଯ ହାସଲ କରିବ ବୋଲି ବରିଷ୍ଠ ନେତା ଯୁକ୍ତି ବାଢିଛନ୍ତି । ଜାନୁଆରୀ ୩୦ରୁ କଂଗ୍ରେସର ପଦଯାତ୍ରା । ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା କରିବ କଂଗ୍ରେସ । ମାଲକାନଗିରିରୁ ଆରମ୍ଭ ହେବ ପଦଯାତ୍ରା । ଗାନ୍ଧୀ ପଥେ ଓଡ଼ିଶା କାର୍ଯ୍ୟକ୍ରମ ମଧ୍ୟ ଦଳ କରିବ ।୩ବର୍ଷ ପୂର୍ବରୁ ରାଜ୍ୟ କଂଗ୍ରେସ କ୍ଷମତାକୁ ଫେରିବା ଲାଗି କରିଥିବା ସିକ୍ରେଟ ପ୍ଲାନରେ କେତେ ସଫଳ ହେଉଛି ତାହା ଦେଖିବାର କଥା ।

  • Related Posts

    ଆସନ୍ତାକାଲି ବନ୍ଦ : ଜାଣନ୍ତୁ କ’ଣ ବନ୍ଦ ରହିବ ? କ’ଣ ଖୋଲା ରହିବ ?

    ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଘରୋଇ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସାଧାରଣ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ ରହିବ । ସରକାରୀ ଓ ବେସରକାରୀ ଅଫିସ୍‌, ଶିକ୍ଷାନୁଷ୍ଠାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନର ସାଧାରଣ କାର୍ଯ୍ୟକଳାପ ବନ୍ଦ ପାଇଁ ଗଣତାନ୍ତ୍ରିକ ଭାବେ ପିକେଟିଂ…

    Continue reading
    ଅନୁଗୋଳ ଠାରେ ‘ସେବା ଜ୍ୟୋତି ଯାତ୍ରା’ରେ ସାମିଲ ହେଲେ ସାଂସଦ

    ପ୍ରଧାନମନ୍ତ୍ରୀଙ୍କ “ଡର ଡସକ୍ଷକ୍ଷ ଊକ୍ଟ ଓଗ୍ଧ” ଆତ୍ମବିଶ୍ୱାସ ମନ୍ତ୍ରକୁ ପାଥେୟ କରି ଆଗକୁ ବଢ଼ିବା- ଧର୍ମେନ୍ଦ୍ର ପ୍ରଧାନ • ଆଭାସୀ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ଶୁଣିଲେ, ‘ସେବା ଜ୍ୟୋତି ପ୍ରଜ୍ଜ୍ୱଳନ’ କରିବା ସହ ‘ସେବା ଜ୍ୟୋତି ସ୍ଥାପନା’ ପଦଯାତ୍ରାରେ ହେଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ