ସଂଜୟ ଭୋଳଙ୍କୁ ଆଜୀବନ ବାସନ୍ଦ କଲା ଓମା

ଭୁବନେଶ୍ୱର:ଯାତ୍ରା ଜଗତର ଖଳନାୟକ ସଞ୍ଜୟ ଭୋଳଙ୍କୁ ଆଜୀବନ ବାସନ୍ଦ କଲା ଓମା ବା ଅପେରା ମାଷ୍ଟର ସଂଘ(ଓଏମଏ)। ଏକ ପୋଡକାଷ୍ଟରେ ସଞ୍ଜୟ ବିବାଦୀୟ ମନ୍ତବ୍ୟ ଦେଇ ନିଜ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି, ଯାହା ଫଳରେ ଓମା ତାଙ୍କ ବିରୋଧରେ ଏଭଳି କାର୍ୟ୍ୟାନୁଷ୍ଠାନ ନେଇଛି।
ପୋଡକାଷ୍ଟରେ ସଞ୍ଜୟ ଦେଇଥିବା ମନ୍ତବ୍ୟକୁ ନେଇ ଓମା ସଭାପତି ବିଜୟ ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ସଞ୍ଜୟ ଭୋଳଙ୍କୁ ଆମେ ଆଜୀବନ ବାସନ୍ଦ କରୁଛୁ। ସେ ଯେଉଁ ଯାତ୍ରାପାର୍ଟିରେ କାମ କରିବେ, ଓମାରେ ସଦସ୍ୟ ଥିବା ଲେଖକ, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଯିବେନାହିଁ। ଏ ନେଇ ଆମେ ରାଜ୍ ନନ୍ଦିନୀ ଯାତ୍ରାପାର୍ଟି ମାଲିକଙ୍କୁ ଅବଗତ କରାଇଛୁ ବୋଲି ବିଜୟ କହିଛନ୍ତି। ସଞ୍ଜୟ ୨୦୨୫-୨୬ ବର୍ଷ ଲାଗି ରାଜ ନନ୍ଦିନୀ ପାର୍ଟିରେ କାମ କରିଥାନ୍ତେ। ଅନ୍ୟପଟେ ବିଜୟ ନିଜେ ରାବଣ’, ‘ପାହାନ୍ତି ରାତିର ପାପ’ ନାଟକ ଲାଗି କାମ କରୁଥିଲେ। ସେ ଏହି ନାଟକରୁ ଓହରି ଯାଇଛନ୍ତି।

ସୂଚନାଯୋଗ୍ୟ, ସଞ୍ଜୟ ଏକ ପୋଡକାଷ୍ଟରେ ଯାତ୍ରାର କାହାଣୀ ଲେଖକଙ୍କ ଲେଖାକୁ ଛି ଛି ବୋଲି କହିଥିଲେ। ସେ କହିଥିଲେ, ଲେଖକ ନକଲ କରୁଛନ୍ତି। ହାସ୍ୟାଭିନେତା ଦୟାଙ୍କ କ୍ଷେତ୍ରରେ ଓଏମଏର ଆଭିମୁଖ୍ୟକୁ ନେଇ ସଞ୍ଜୟ କହିଥିଲେ ଯେ, ଏହା ଗୋଇଠା ମାରି ବିଷ୍ଣୁ ହେବା ସଦୃଶ। ସଞ୍ଜୟଙ୍କ ଏପରି ମନ୍ତବ୍ୟକୁ ଓମା ପକ୍ଷରୁ କଡ଼ା ନିନ୍ଦା କରାଯାଇଛି।

  • Related Posts

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ମୁମ୍ବାଇ : ଜ୍ୟୋତିର୍ମୟୀ ନାୟକ, ଇଣ୍ଡିଆନ୍ ଆଇଡଲ୍ ସିଜିନ୍ 16ର ଚାମ୍ପିଅନ୍ ମୁକୁଟ ପିନ୍ଧାଇଛନ୍ତି, ଏବଂ ସେ ଟାଇଟଲ୍ ଜିତିଥିବା ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି । ଏଥିସହ ଇଣ୍ଡିଆନ୍ ଆଇଡଲ୍ 16 ବିଜେତା ଭାବେ ଜ୍ୟୋତିର୍ମୟୀ ନାୟକ…

    Continue reading
    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଓଡ଼ିଶାର ସଙ୍ଗୀତ ଦୁନିଆ ପାଇଁ ଗର୍ବର ମୁହୂର୍ତ୍ତ ।ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ରଗ୍ରାଣ୍ଡ୍ ଫିନାଲେରେ ପହଞ୍ଚିଛନ୍ତି ସୁମଧୁର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ । ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁଅଭିନନ୍ଦନ ଜଣାଇଛନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ