
ଧାମରା:ଚାନ୍ଦବାଲି -ଭଦ୍ରକ ମୁଖ୍ୟରାସ୍ତା କଖାରୁଦିହି ନିକଟରେ ବସ ଓ ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଆରୋହୀ ଦୁଇ ଜଣ ମୃତ । ଜୟ ମା ତାରିଣୀ ନାମକ ଏକ ବସ ଭଦ୍ରକ ରୁ ଚାନ୍ଦବାଲି ଅଭିମୁଖେ ଆସୁଥିଲା ଏବଂ ଚାନ୍ଦବାଲି ରୁ ଭଦ୍ରକ ଅଭିମୁଖେ ବାଇକରେ ଦୁଇଜଣ ଯାଉଥିଲେ । ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତକ ଦୁଇ ଜଣ ହେଲେ ଚାନ୍ଦବାଲି ଥାନା ମହୁଲିଆ ପଂଚାୟତ ବାଲିପାଟଣା ଗାଁର ଅମିତ ବେହେରା ଓ ଗଣେଶ ବେହେରା । ଆମ୍ବୁଲାନ୍ସ ଯୋଗେ ଦୁଇ ଜଣକୁ ଚାନ୍ଦବାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଡାକ୍ତର ଦୁଇ ଜଣକୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ ।




