ମହୁମାଛି ଆକ୍ରମଣ: ଜଣେ ଶିକ୍ଷକ ଓ ଦୁଇ ଶିକ୍ଷୟିତ୍ରୀ ଗୁରୁତର

ନୀଳଗିରି : ସ୍କୁଲ ଖୋଲୁ ଖୋଲୁ ହଠାତ ଆକ୍ରମଣ କଲେ ମହୁମାଛି। ଜୀବନ ବଞ୍ଚାଇବାକୁ ପୋଖରୀ ଭିତରେ ପଶିଗଲେ ଶିକ୍ଷକ। ଆଜି ସକାଳୁ ବାଲେଶ୍ୱର ଜିଲ୍ଲା ନୀଳଗିରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମହୁମାଛି ଆକ୍ରମଣ ଘଟଣାରେ ଜଣେ ଶିକ୍ଷକ ଓ ଦୁଇ ଶିକ୍ଷୟିତ୍ରୀ ଗୁରୁତର ହୋଇଛନ୍ତି।
ନୀଳଗିରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପରିସରରେ ଏକ ମହୁମାଛି ଫେଣା ଦୀର୍ଘ ଦିନ ହେବ ରହିଥିଲା। ଆଜି ସକାଳେ ୩ ଶିକ୍ଷକଶିକ୍ଷୟିତ୍ରୀ ସ୍କୁଲ ଗେଟ୍ ଖୋଲୁଖୋଲୁ ହଠାତ୍ ଶହ ଶହ ମହୁମାଛି ସେମାନଙ୍କ ଆଡ଼କୁ ମାଡ଼ି ଆସିଲେ। ମହୁମାଛି ଆକ୍ରମଣରୁ ବର୍ତ୍ତିବା ପାଇଁ ସେମାନେ ଦୌଡ଼ିବାକୁ ଲାଗିଲେ। ଜୀବନ ବିକଳରେ ଶିକ୍ଷକଜଣକ ପାଣିରେ ପଶିଗଲେ ମଧ୍ୟ ସେ ମହୁମାଛିଙ୍କ ଆକ୍ରମଣରୁ ବର୍ତ୍ତି ପାରି ନ ଥିଲେ।

ଏହାଦେଖି ଗ୍ରାମବାସୀ ମହୁମାଛିଙ୍କୁ ଘଉଡ଼ାଇବା ସହ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରି ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏପରି କାଣ୍ଡ ପରେ ପିଲାମାନଙ୍କୁ ସ୍କୁଲ ଆସିବାକୁ ବାରଣ କରାଯାଇଥିଲା। ମହୁମାଛି ଫେଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଛି। ସେମାନେ ସନ୍ଧ୍ୟା ସୁଦ୍ଧା ଏହାର ପ୍ରତିକାର ବ୍ୟବସ୍ଥା କରିବେ । ଏହାପରେ ପିଲାମାନଙ୍କ ସ୍କୁଲ ଆସିବା ସ୍ବାଭାବିକ ହେବ ବୋଲି କହିଛନ୍ତି ସ୍କୁଲର ଜଣେ ଶିକ୍ଷକ।

  • Related Posts

    ପୁଣି ଏକ ହାତୀ ମୃତ

    କନ୍ଧମାଳ:ବେଲଘର୍ ରେଞ୍ଜରେ ପୁଣି ଏକ ହାତୀର ମୃତ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ନିକଟସ୍ତ ଶିମିଳିପଦର ଜଙ୍ଗଲରେ ହାତୀ ମୃତ ଶରୀର ମିଳିଛି। କିଛି ଦିନ ହେବ ବଲାଙ୍ଗୀର ଜଙ୍ଗଲରୁ ହାତୀଟି ଆସଥିଲା। କଲାହାଣ୍ଡି…

    Continue reading
    ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

    ଭୁବନେଶ୍ୱର: ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ । ଆଜି ଅଷ୍ଟ୍ରେଲିଆର ବ୍ରିସବେନରେ ଇସ୍କନ ଆୟୋଜନ କରିବ ଅଦିନିଆ ରଥଯାତ୍ରା । ଅଷ୍ଟ୍ରେଲିଆର କିଙ୍ଗ ଜର୍ଜ ସ୍କୋୟାର ବ୍ରିସବେନ ସିବିଡିରେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ଟା ୩୦ ପର୍ୟ୍ୟନ୍ତ ରଥଯାତ୍ରା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ