ସଡ଼କ ଦୁର୍ଘଟଣା :୮ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦଶହରରେ ଆଜି ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ବୁଲନ୍ଦଶହର ୩୪ ନମ୍ବର ଜାତୀୟ ରାଜପଥ ନିକଟ ଘଟାଲ ଗାଁ ପାଖରେ ରାଜସ୍ଥାନରୁ ଗୋଗାମେଡ଼ି ଯାଉଥିବା ଏକ ଟ୍ରାକ୍ଟରକୁ କଣ୍ଟେନର (ଟ୍ରକ) ଧକ୍କା ଦେଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଶିଶୁ ଅଛନ୍ତି । ଟ୍ରାକ୍ଟରରେ ଶ୍ରଦ୍ଧାଳୁ ଥିବା କୁହାଯାଉଛି । ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।ବୁଲନ୍ଦଶହର ଏସ୍‌ଏସପି ଦିନେଶ କୁମାର ସିଂହଙ୍କ ସୂଚନା ମୁତାବିକ,”ଟ୍ରାକ୍ଟରରେ ୫୦ରୁ ୬୦ ଜଣ ଶ୍ରଦ୍ଧାଳୁ ଥିଲେ । ସମସ୍ତେ କାଂସଗଞ୍ଜରୁ ଜାହରବୀର (ଗୋଗାଜୀ) ଦର୍ଶନ ପାଇଁ ରାଜସ୍ଥାନର ଗୋଗାମେଡି ଯାଉଥିଲେ । ସେହି ସମୟରେ ଏହି ଦୁର୍ଘଟଣା ଘଟିଛି । ”ବୁଲନ୍ଦଶହର ଦେହାତ ଏସପି ତେଜସ୍ୱୀ ସିଂହ କହିଛନ୍ତି, ”କାଂସଗଞ୍ଜ ଜନପଥର ସୋରୋ ଥାନା କ୍ଷେତ୍ର ରଫାୟଦପୁର ଗାଁର ପ୍ରାୟ ୬୦ ଜଣ ଶ୍ରଦ୍ଧାଳୁ ରବିବାର ସଂନ୍ଧ୍ୟା ୬ଟାରେ ରାଜସ୍ଥାନର ହନୁମାନଗଡ଼ ଜିଲ୍ଲା ସ୍ଥିତ ଗୋଗାମେଡ଼ି ମନ୍ଦିର ଯାଉଥିଲେ । ଟ୍ରାକ୍ଟରରେ ଯାତ୍ରା ଆରମ୍ଭ କରିଥିଲେ । ବୁଲନ୍ଦଶହର ଅରିନିଆ ଥାନା ସ୍ଥିତ ଘଟାଲା ଗାଁ ନିକଟରେ ଟ୍ରାକ୍ଟରକୁ ପଛରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଧକ୍କା ମାରିଛି । ଏତେ ଜୋରରେ ଧକ୍କା ମାରିଛି କି ଟ୍ରାକ୍ଟରରେ ଥିବା ଶ୍ରଦ୍ଧାଳୁ ରାସ୍ତାକୁ ଛିଟିକି ପଡିଥିଲେ । ଦୁର୍ଘଟଣାର ଖବର ପାଇ ତୁରନ୍ତ ପୁଲିସ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଥିଲା । ଆମ୍ବୁଲାନ୍ସ ଡାକି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଖୁର୍ଜା ସ୍ଥିତ କୈଳାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ”

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ