
ଭୁବନେଶ୍ୱର: ରାଜ୍ୟରେ ସମୁଦ୍ର ବୁଡ଼ି ଘଟଣାରେ ଉଦବେଗଜନକ ତଥ୍ୟ ଆସିଛି । ଗତ ୫ ବର୍ଷରେ ସମୁଦ୍ରରେ ବୁଡ଼ି ମୋଟ ୪୭ ଜଣଙ୍କ ମୃତୁ୍ୟ ହୋଇଛି । ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖି ଏହା କହିଛନ୍ତି ।







