ସମ୍ପର୍କରେ ଫାଟ: ଅଲଗା ହେଲେ ପୃଥ୍ବୀ-ଆକୃତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୃଥ୍ୱୀ ସ’ ଓ ତାଙ୍କ ପ୍ରେମିକା ଆକୃତି ଅଗ୍ରୱାଲଙ୍କ ସମ୍ପର୍କରେ ଫାଟ ଦେଖାଦେଇଛି। ନିର୍ବନ୍ଧର ପ୍ରାୟ ୬ ମାସ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଆକୃତି ଗୁରୁବାର ସୋସିଆଲ ମିଡିଆରେ ଏକ ବିବୃତି ଜାରି କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭବିଷ୍ୟତକୁ ନେଇ ଉଭୟଙ୍କ ଲକ୍ଷ୍ୟ ଓ ପରିସ୍ଥିତିରେ ପାର୍ଥକ୍ୟ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଉଭୟଙ୍କ ସହମତିରେ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ଏହି ବ୍ୟକ୍ତିଗତ ବିଷୟକୁ ନେଇ କୌଣସି ପ୍ରକାର ଅନୁମାନ କିମ୍ବା ଚର୍ଚ୍ଚା ନକରିବାକୁ ସେ ଅନୁରୋଧ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ ମାର୍ଚ୍ଚ ୮ ତାରିଖରେ ପୃଥ୍ୱୀ ଓ ଆକୃତି ନିଜ ନିର୍ବନ୍ଧ ଖବରକୁ ସାର୍ବଜନୀନ କରିଥିଲେ। ପୃଥ୍ୱୀ ସାମାଜିକ ଗଣମାଧ୍ୟମରେ ନିର୍ବନ୍ଧ ସମୟର ଅନେକ ଫଟୋ ସେୟାର କରିଥିଲେ। ଏଥିରେ ସେ ଆଣ୍ଠୁ ମାଡ଼ି ଆକୃତିଙ୍କୁ ପ୍ରସ୍ତାବ ଦେଉଥିବା ଏବଂ ଉଭୟେ ପରସ୍ପରକୁ ମୁଦି ଦେଖାଉଥିବାର ଫଟୋ ମଧ୍ୟ ଏଥିରେ ସାମିଲ ଥିଲା। ତେବେ ସମ୍ପର୍କ ବିଛିନ୍ନ ଘୋଷଣା ପରେ ପୃଥ୍ୱୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରୁ ଏହି ଫଟୋଗୁଡ଼ିକୁ ହଟାଇ ଦେଇଛନ୍ତି।

  • Related Posts

    ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ

    ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ। ଆଜି ଫାଇନାଲରେ ମାଲେସିଆକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଏହା ସହ ଲସ୍‌ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ…

    Continue reading
    ଇପିଏଫ୍ଓ: କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି

    ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ)ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ