
ଗୀତାଞ୍ଜଳିଙ୍କୁ ନୂଆ ଦାୟିତ୍ୱ, ମହିଳା ସଂଗଠନ ସୁଦୃଢ଼ କରିବାକୁ ନୂଆ ଆଶା”
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) କନ୍ଧମାଳ ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ ମିଳିଛି। ଦଳ ପକ୍ଷରୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରାଯାଇ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବାରୁ ରାଇକିଆ ଅଞ୍ଚଳର ଦଳୀୟ କର୍ମକର୍ତ୍ତା ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
ଦୀର୍ଘ ୧୫ ବର୍ଷର ରାଜନୈତିକ ଅଭିଜ୍ଞତା ସହ ଶ୍ରୀମତୀ ନାୟକ ଜଣେ ଦକ୍ଷ ସଂଗଠକ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରିବା, ମହିଳାମାନଙ୍କୁ ଦଳ ସହ ଯୋଡ଼ିବା ଏବଂ ଜନସାଧାରଣଙ୍କ ସମସ୍ୟା ଓ ଆବଶ୍ୟକତାକୁ ନିକଟରୁ ବୁଝିବା କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ରହିଛି।ରାଇକିଆ ପଞ୍ଚାୟତର ସରପଞ୍ଚ ଭାବେ ସେ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ସହ ଜନସାଧାରଣଙ୍କ ସହ ନିରନ୍ତର ଯୋଗାଯୋଗ ରଖି ଆସୁଛନ୍ତି। ନୂତନ ଦାୟିତ୍ୱ ମିଳିବା ପରେ ମହିଳା ମୋର୍ଚ୍ଚାକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା ସହ ମହିଳାଙ୍କ ଅଧିକ ସହଭାଗିତା ଓ ସଂଗଠନର ବିସ୍ତାର ଦିଗରେ ସେ ଗୁରୁତ୍ୱ ଦେବେ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।
ଗୀତାଞ୍ଜଳି ନାୟକଙ୍କୁ ଏହି ଦାୟିତ୍ୱ ମିଳିଥିବାରୁ ରାଇକିଆ ଅଞ୍ଚଳର ଭାଜପା କର୍ମକର୍ତ୍ତା, ମହିଳା କର୍ମୀ ଓ ଶୁଭେଚ୍ଛୁମାନେ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରିଛନ୍ତି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




