ସହର ଉପକଣ୍ଠ ରୂପାନ୍ତରଣ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି

ଭୁବନେଶ୍ୱର:ରାଜ୍ୟର ବିକାଶ ଯାତ୍ରାକୁ ଏକ ନୂତନ ଦିଗ ଦେବା ପାଇଁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି ଏକ ଐତିହାସିକ ଓ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ। ୨୦୨୬–୨୭ ଆର୍ଥିକ ବର୍ଷର ବଜେଟରେ ‘ଗ୍ରାମୀଣ–ସହରୀ ରୂପାନ୍ତରଣ’ କାର୍ଯ୍ୟକ୍ରମ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ଦ୍ରୁତ ଅଭିବୃଦ୍ଧିଶୀଳ ଗ୍ରାମ ପଞ୍ଚାୟତ ଓ ସହର ଉପକଣ୍ଠ ଅଞ୍ଚଳଗୁଡ଼ିକୁ ସୁନିୟନ୍ତ୍ରିତ, ସ୍ଥାୟୀ ଓ ଅନ୍ତର୍ଭୁକ୍ତୀମୂଳକ ସହରୀକରଣ ଦିଗକୁ ନେଇଯିବା ଲକ୍ଷ୍ୟ ରଖାଯାଇଛି।
ରାଜ୍ୟର ଅର୍ଥନୈତିକ ଗତିଶୀଳତା ସହିତ ଅନେକ ସହର ଉପକଣ୍ଠ ଅଞ୍ଚଳ ସ୍ୱାଭାବିକ ଭାବରେ ସହରୀ କ୍ଲଷ୍ଟରରେ ପରିଣତ ହେଉଛି। ଯଦି ଏହାକୁ ଯୋଜନାବଦ୍ଧ ଭାବେ ପରିଚାଳନା କରାଯାଇନଥାଏ, ତେବେ ଅଣପରିକଳ୍ପିତ ବସତି, ଅପର୍ଯ୍ୟାପ୍ତ ଭିତ୍ତିଭୂମି ଓ ପରିବେଶ ଚାପ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଏହି ପରିପ୍ରେକ୍ଷିତରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୂର୍ବପ୍ରସ୍ତୁତିମୂଳକ ଓ ବୈଜ୍ଞାନିକ ଢାଞ୍ଚାରେ ଏହି କାର୍ଯ୍ୟକ୍ରମ ରୂପାୟଣ ଆରମ୍ଭ ହେବ।

ଏହି ପଦକ୍ଷେପ କେବଳ ଏକ ପ୍ରଶାସନିକ ଶ୍ରେଣୀଭୁକ୍ତିରେ ସୀମିତ ନୁହେଁ; ବରଂ “ପ୍ରଶାସନିକ ପ୍ରସ୍ତୁତି” ଓ “ଭିତ୍ତିଭୂମି ସୁଦୃଢୀକରଣ” ଉପରେ ଏହାର ମୁଖ୍ୟ ଗୁରୁତ୍ୱ। କୌଣସି ଅଞ୍ଚଳକୁ ଆନୁଷ୍ଠାନିକ ଭାବେ ସହର ଘୋଷଣା ପୂର୍ବରୁ ସେଠାରେ ଆବଶ୍ୟକ ସହରୀ ସୁବିଧା ଓ ସେବା ଯୋଗାଣ ସୁନିଶ୍ଚିତ କରାଯିବ।

ରୂପାନ୍ତରଣ ଢାଞ୍ଚାର ମୁଖ୍ୟ ଦିଗଗୁଡ଼ିକ ସହର ଉପକଣ୍ଠ ଅଞ୍ଚଳର ସୁନିୟନ୍ତ୍ରିତ ଓ ଶୃଙ୍ଖଳିତ ବିକାଶ, ଯାହା ଅଣପରିକଳ୍ପିତ ସମ୍ପ୍ରସାରଣକୁ ରୋକିବ। ପ୍ରାରମ୍ଭିକ ପର୍ଯ୍ୟାୟରୁ ସହର ଅନୁରୂପ ନାଗରିକ ସୁବିଧା—ଜଳ ନିଷ୍କାସନ, ବର୍ଜ୍ୟବସ୍ତୁ ପରିଚାଳନା, ଷ୍ଟ୍ରିଟ୍ ଲାଇଟ୍ ଓ ଆଧାରଭୂତ ଭିତ୍ତିଭୂମି। ଜଳବାୟୁ ସହନଶୀଳତାକୁ ଗୁରୁତ୍ୱ ଦେଇ ସନ୍ତୁଳିତ ଓ ନିୟନ୍ତ୍ରିତ ଜମି ବ୍ୟବହାର ଓ ଗ୍ରାମୀଣ ପ୍ରଶାସନରୁ ସହରୀ ପ୍ରଶାସନିକ ବ୍ୟବସ୍ଥାକୁ ସୁଚାରୁ ରୂପାନ୍ତରଣ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସକ୍ଷମ କରିବା।

ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି “ଓଡ଼ିଶା ଆଜି ସହରୀକରଣର ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଅଛି। ସହରୀକରଣ ଅନିବାର୍ୟ, କିନ୍ତୁ ଅଣପରିକଳ୍ପିତ ସହରୀକରଣକୁ ନିଶ୍ଚୟ ଏଡ଼ାଯାଇପାରିବ। ୨୦୦ କୋଟି ଟଙ୍କାର ଏହି ପାଣ୍ଠି ସହିତ ଆମେ ପୂର୍ବପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରୁଛୁ। ଆଜିର ଯୋଜନାବଦ୍ଧ ପଦକ୍ଷେପ ଆଗାମୀ ଦିନର ସୁସଂଗଠିତ ଓ ପ୍ରଗତିଶୀଳ ଓଡ଼ିଶାର ଭିତ୍ତି ସୃଷ୍ଟି କରିବ।”

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି “ଆମ ଲକ୍ଷ୍ୟ ହେଉଛି ସହର ଉପକଣ୍ଠ ଅଞ୍ଚଳଗୁଡ଼ିକୁ ବୈଜ୍ଞାନିକ ଓ ଡାଟା-ଭିତ୍ତିକ ଯୋଜନା ମାଧ୍ୟମରେ ସୁନିୟନ୍ତ୍ରିତ ଭାବେ ବିକଶିତ କରିବା। ଭିତ୍ତିଭୂମିର ମାନଦଣ୍ଡ ପୂର୍ବରୁ ନିର୍ଦ୍ଧାରଣ କରି ଆମେ ସୁନିଶ୍ଚିତ କରୁଛୁ ଯେ ବିକାଶ ସ୍ଥାୟୀ, ସମନ୍ୱିତ ଓ ନାଗରିକ-କେନ୍ଦ୍ରିତ ହେବ।”
ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ବୈଷୟିକ ଜ୍ଞାନର ବ୍ୟବହାର ଏବଂ ଯଥାସମୟରେ ନିରୀକ୍ଷଣ ମାଧ୍ୟମରେ ଏହି ରୂପାନ୍ତରଣ କାର୍ଯ୍ୟକ୍ରମକୁ ଗତିଶୀଳ କରାଯିବ। ଏହା ଗ୍ରାମୀଣ ଓ ସହରୀ ସୀମାରେ ଥିବା ବ୍ୟବଧାନକୁ କମେଇବା ସହ ବିଦ୍ୟମାନ ସହରଗୁଡ଼ିକ ଉପରେ ଭିତ୍ତିଭୂମି ଚାପ ହ୍ରାସ କରିବ ଏବଂ ନୂତନ ବିକାଶ କେନ୍ଦ୍ରଗୁଡ଼ିକୁ ଭବିଷ୍ୟତ ପାଇଁ ସୁସଜ୍ଜିତ କରିବ। ଏହି ପଦକ୍ଷେପ ସହ ଓଡ଼ିଶା ନଗର ଯୋଜନା ଓ ପରିଚାଳନାରେ ଏକ ନୂଆ ମାନକ ସ୍ଥାପନ କରିବାକୁ ଅଗ୍ରସର ହୋଇଛି।

  • Related Posts

    ସୌମ୍ୟ ହତ୍ୟା ମାମଲା:ଏଯାବତ୍ ୩୦ ଜଣଙ୍କୁ ଜେରା

    ଭୁବନେଶ୍ଵର:ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର। ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ…

    Continue reading
    ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ

    ନରସିଂହପୁର:କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ମୋଟ ୨୫,୦୦୦ ଟଙ୍କା ଲାଞ୍ଚ ଦାବିରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପୂର୍ବରୁ UPI କାରବାର ମାଧ୍ୟମରେ ୮,୦୦୦ ଟଙ୍କା ନିଆଯାଇଥିଲା । ଆଜି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ