
ରାଇକିଆ:କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥିତ ସୁଧାକିରଣ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ମୁଖ୍ୟଅତିଥି ଭାବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଜେନେରାଲ ମ୍ୟାନେଜର ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଭବିଷ୍ୟତ ପାଇଁ ଉପଯୁକ୍ତ କ୍ୟାରିୟର ଚୟନ, ନେତୃତ୍ୱ ଦକ୍ଷତା ଓ ବ୍ୟକ୍ତିତ୍ୱର ବିକାଶ ଉପରେ ମାର୍ଗଦର୍ଶନ ଦେଇଥିଲେ। ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରି ନିଷ୍ଠା, ଶୃଙ୍ଖଳା ଓ ନିରନ୍ତର ପରିଶ୍ରମ ମାଧ୍ୟମରେ ଆଗକୁ ବଢ଼ିଲେ ଛାତ୍ରୀଛାତ୍ରମାନେ ନିଜର ଭବିଷ୍ୟତକୁ ସୁଦୃଢ଼ କରିପାରିବେ ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ଭାବେ ଶଙ୍କରାଖୋଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ, ଫୁଲବାଣୀ ବ୍ୟାଙ୍କ ମ୍ୟାନେଜର ମନୋଜ କୁମାର ପତ୍ରୀ, ଯୁକ୍ତଦୁଇ ଅଧ୍ୟକ୍ଷ ଡ଼ଃ ଶ୍ୟାମସୁନ୍ଦର ଡାଙ୍ଗୁଆ ଓ ଅଧ୍ୟାପକ ଡ଼ଃ ସନ୍ତୋଷ କୁମାର ନାୟକ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମରେ ଅଧ୍ୟାପକ ଆଲୋକ ପରିଚ୍ଛା, ନୀଳାଞ୍ଚଳ ସାହୁ, ଧର୍ମେନ୍ଦ୍ର ଦିଗାଲ, ବିଭୂଷଣ ପ୍ରଧାନ, ବାଦଲ ନାୟକ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେହେରା, ଜେ. ବିଜୟଲକ୍ଷ୍ମୀ ଦୋରାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇଥିଲେ.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




