ସେପ୍ଟେମ୍ବର ୨୮ରେ ବିସିସିଆଇ କର୍ମକର୍ତ୍ତା ନିର୍ବାଚନ

ମୁମ୍ବଇ : ଚଳିତ ମାସ ୨୮ ରେ ମୁମ୍ବଇରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧.୩୦ରେ ଆରମ୍ଭ ହେବାକୁ ଥିବା ଏଜିଏମ୍‌ରେ ଅନ୍ୟ ନିଷ୍ପତ୍ତି ନେବା ସହ ବିସିସିଆଇର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସନ୍ଦର୍ଭରେ ସମସ୍ତ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌କୁ ବିସିିସିଆଇ ସମ୍ପାଦକ ଦେବଜିତ ସାଇକିଆ ପତ୍ର ଲେଖି ଜଣାଇଛନ୍ତି ଯେ ଉକ୍ତ ଏଜିଏମ୍‌ରେ ବିସିସିଆଇର ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମସମ୍ପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ଏହାସହ ବିସିସିଆଇର ଆପେକ୍ସ କାଉନ୍‌ସିଲ ଗଠନ ଏବଂ ଆଇପିଏଲ୍‌ ଓ ଡବ୍ଲ୍ୟୁପିଏଲ୍‌ର ପରିଚାଳନା ପରିଷଦ ଗଠନ ମଧ୍ୟ ଏଜିଏମ୍‌ର କାର୍ୟ୍ୟସୂଚୀ (ଏଜେଣ୍ଡା)ରେ ରହିଛି। ସାଧାରଣ ପରିଷଦର ଜଣେ ଏବଂ ଭାରତୀୟ କ୍ରିକେଟର୍ସ ସଂଘ (ଆଇସିିଏ)ର ୨ ଜଣ ପ୍ରତିନିଧିଙ୍କୁ ଆପେକ୍ସ କାଉନ୍‌ସିଲରେ ସାମିଲ କରିବ ବିସିସିଆଇ। ତେବେ ସମସ୍ତଙ୍କ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ ବିସିସିଆଇର କର୍ମକର୍ତ୍ତା ନିର୍ବାଚନ ଉପରେ; ଯେଉଁମାନେ ଆସନ୍ତା ୩ ବର୍ଷ ଲାଗି ଭାରତୀୟ କ୍ରିକେଟ୍‌କୁ ପରିଚାଳନା କରିବେ। ଏହି ନିର୍ବାଚନ ଜଷ୍ଟିସ୍ ଲୋଧା କମିଟି ସୁପାରିସରେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ବିସିସିଆଇ ସମ୍ବିଧାନ ଅନୁସାରେ ହେବ। ତେବେ ୬ ମାସ ମଧ୍ୟରେ ଲାଗୁ ହେଉଥିବା ନୂତନ କ୍ରୀଡ଼ା ବିଲ୍‌କୁ ବିସିସିଆଇ ଗ୍ରହଣ କଲେ; କର୍ମକର୍ତ୍ତାଙ୍କ କାର୍ୟ୍ୟକାଳ ବଢ଼ିବ ନା ସାନି ନିର୍ବାଚନ ହେବ; ତାହା ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁସାରେ, ୩ ବର୍ଷ କର୍ମକର୍ତ୍ତା (ଯୁଗ୍ମ ସମ୍ପାଦକ ଏବଂ ପରେ ସମ୍ପାଦକ) ରହିଥିବା ଆସାମର ଦେବଜିତ ସାଇକିଆ ସମ୍ପାଦକ ପଦ ବଜାୟ ରଖିପାରନ୍ତି। ଗୋଆର ରୋହଣ ଦେଶାଇ ଯୁଗ୍ମ ସମ୍ପାଦକ ଓ ଛତିଶଗଡ଼ର ପ୍ରଭତେଜ ସିଂହ ଭାଟିଆ କୋଷାଧ୍ୟକ୍ଷ ଭାବେ ଆଉ ଏକ କାର୍ୟ୍ୟକାଳ ରହିପାରନ୍ତି। ତେବେ ସଭାପତି ଓ ଉପସଭାପତି ପଦ ନେଇ ସ୍ପଷ୍ଟ ହୋଇନାହିଁ। ଆଇପିଏଲ୍‌ ଅଧ୍ୟକ୍ଷ ଥିବା ଅରୁଣ ସିଂହ ଧୁମଲ ଓ ଅନିରୁଦ୍ଧ ଚୌଧୁରୀଙ୍କ ମଧ୍ୟରୁ ଜଣେ ଉପସଭାପତି ହୋଇପାରନ୍ତି। ତେବେ ଅରୁଣ ଧୁମଲ ୩ ବର୍ଷ କୋଷାଧ୍ୟକ୍ଷ ଏବଂ ପରେ ଆଉ ୩ ବର୍ଷ ଆଇପିଏଲ୍‌ ଅଧ୍ୟକ୍ଷ ଥିବାରୁ ସେ କର୍ମକର୍ତ୍ତା ରହିପାରିବେ କି ନାହିଁ; ତାହା ସ୍ପଷ୍ଟ ହୋଇନାହିଁ। କାରଣ ଆଇପିଏଲ୍‌ ଅଧ୍ୟକ୍ଷଙ୍କୁ ବିସିସିଆଇ କର୍ମକର୍ତ୍ତା ଭାବେ ଗଣନା କରାଯିବ କି ନାହିଁ; ତାହା ସ୍ପଷ୍ଟ ହୋଇନାହିଁ। ରଜର ବିନ୍ନିଙ୍କ ଇସ୍ତଫା ପରେ ଉପସଭାପତି ଥିବା ରାଜୀବ ଶୁକ୍ଳା ଏବେ ଅସ୍ଥାୟୀ ଭାବେ ସଭାପତି ଦାୟିତ୍ବରେ ଅଛନ୍ତି। ସଭାପତି ଦୌଡ଼ରେ କଂଗ୍ରେସ ନେତା ଶୁକ୍ଳା ସର୍ବାଗ୍ରେ ଅଛନ୍ତି। ବଙ୍ଗଳାର ଅଭିଷେକ ଡାଲମିୟା ମଧ୍ୟ କର୍ମକର୍ତ୍ତା ହୋଇପାରନ୍ତି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ