ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

ଭୁବନେଶ୍ବର,04/09: ନୂଆଦିଲ୍ଲୀରେ ଅନୁଷ୍ଠିତ ସେମିକନ୍ ଇଣ୍ଡିଆ ୨୦୨୫ରେ ରାଜ୍ୟ ସରକାର ୨୬୫୫ କୋଟି ଟଙ୍କାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଟପ୍‌ଟ୍ରାକ୍ ହାଇ-ଟେକ୍ ପିସିବି ପ୍ରାଇଭେଟ୍ ଲିମିଟେଡ୍‌ ସହ ୧୦୦୫ କୋଟି ଟଙ୍କାର ଏବଂ ସାନ୍‌କୋଡ୍‌ଟେକ୍‌ ସହ ୧୬୫୦ କୋଟି ଟଙ୍କାର ରାଜିନାମା ହୋଇଛି। ସାନ୍‌କୋଡ୍‌ଟେକ୍ ତରଫରୁ ସିଲିକନ୍ କନେକ୍ଟ, ଇନାରୀ ଆମେରଟ୍ରୋନ୍‌ ବର୍ହାଡ୍‌ ଓ ଏପିଆଇଆର୍‌ସି ପେନାଙ୍ଗ ସହଯୋଗିତା‌ରେ ପ୍ରକଳ୍ପ ସ୍ଥାପନ କରାଯିବ। ଓଡ଼ିଶାକୁ ସେମି କଣ୍ଡକ୍ଟର ଓ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଶିଳ୍ପର ପସନ୍ଦର ବିଶ୍ବସ୍ତରୀୟସ୍ଥଳରେ ପରିଣତ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ନିର୍ମାଣକାରୀ ଡିକ୍‌ସନ୍ ଟେକ୍ ଓଡ଼ିଶା ଆସିବାକୁ ଯୋଜନା ରଖିଛି। କମ୍ପାନି ଏଠାରେ ଏକ ଡିସ୍‌ପ୍ଲେ ଫ୍ୟାବ୍ କାରଖାନା ବସାଇବାକୁ ଚାହୁଛି। କମ୍ପାନିର ଏକ ପ୍ରତିନିଧି ଦଳ ଖୁବ୍‌ଶୀଘ୍ର ଓଡ଼ିଶା ଗସ୍ତରେ ଆସି ଇଏସ୍‌ଡିଏମ୍ ନୀତି‌ରେ ରହିଥିବା ସୁବିଧାଗୁଡ଼ିକ ବିଷୟରେ ଆଲୋଚନା କରିବେ। ୱେଷ୍ଟର୍ଣ୍ଣ ଡିଜିଟାଲ୍‌ ପକ୍ଷରୁ ଓଡ଼ିଶ‌ାରେ ୨୦୦ ଏକର ଜମିରେ ଏକ ସେମିକଣ୍ଡକ୍ଟର ପାର୍କ ସ୍ଥାପନ କରିବା ଏବଂ ଅତ୍ୟାଧୁନିକ ପ୍ୟାକେଜିଂ ୟୁନିଟ୍ ସ୍ଥାପନ କରିବା ଯୋଜନା ରଖିଛି। ଦକ୍ଷତା ତାଲିମ ପାଇଁ ଏହା ଆଇଆଇଟି ଭୁବନେଶ୍ବର ଓ ୱାର୍ଲଡ୍‌ ସ୍କିଲ୍‌ ସେଣ୍ଟର୍‌ ସହ ସହଯୋଗିତା କରିବାକୁ ଚାହୁଛି।

  • Related Posts

    ଡିଜିଟାଲ ନେଣଦେଣ ଉପରେ ଲାଗିବ ଟିକସ

    ନୂଆଦିଲ୍ଲୀ: ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଚାର୍ଜ (ଟିକସ) ଲଗାଇବା ପାଇଁ ସରକାର ବ୍ୟାଙ୍କଗୁଡ଼ିକୁ କ୍ଷମତା ପ୍ରଦାନ କରିବାକୁ ଯାଉଛନ୍ତି। ଏଥିପାଇଁ ସରକାର ଆଣିଥିବା ‘ଦ ଟ୍ୟାକ୍ସେସନ୍ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍’ ଗୁରୁବାର ଲୋକସଭାରେ ଗୃହୀତ ହୋଇଛି।…

    Continue reading
    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ