ସୋଆ ପକ୍ଷରୁ ‘ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପନ – ପ୍ରସଙ୍ଗ ଓ ସମ୍ଭାବନା’ ଶୀର୍ଷକ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର : ୧୯୦୧ ମସିହା ଠାରୁ ଏପର୍ଯ୍ୟନ୍ତ ୨୦୨୪ ସବୁଠାରୁ ଉତପ୍ତ ବର୍ଷ ଥିଲା । ବିଶ୍ୱ ତାପନ ପ୍ରଭାବ ଯୋଗୁଁ ୨୦୧୦ ରୁ ୨୦୨୪ ୧୫ ବର୍ଷ ମଧ୍ୟରେ ଦଶ ବର୍ଷ ଅନ୍ୟ ବର୍ଷ ତୁଳନାରେ ଉତପ୍ତ ବର୍ଷ ଭାବେ ପରିଗଣିତ ହୋଇଛି ବୋଲି ଜଣେ ବିଶିଷ୍ଟ ପାଣିପାଗ ବିଶେଷଜ୍ଞ କହିଛନ୍ତି ।
ଏହି ୫ଟି ବର୍ଷ ହେଉଛି ୨୦୨୪, ୨୦୧୬, ୨୦୦୯, ୨୦୧୦ ଏବଂ ୨୦୧୭ ବୋଲି ଭାରତୀୟ ପାଣିପାଗ ବିଭାଗ ଅନ୍ତର୍ଗତ ନ୍ୟାସ୍ନାଲ୍ ୱେଦର ଫେରକାଷ୍ଟିଂ ସେଂଟରର ପାଣିପାଗ ବିଶେଷଜ୍ଞ ଡକ୍ଟର ଅଖିଳ ଶ୍ରୀବାସ୍ତବ କହିଛନ୍ତି ।
ପ୍ରଚଣ୍ଡ ରୋ÷ଦ୍ର ତାପର ପ୍ରଭାବ କିଛି ବର୍ଷ ହେବ ଭୀଷଣ ଭାବେ ଅନୁଭୂତ ହେଉଥିବା ବେଳେ ମୃତୁ୍ୟ ଏବଂ କ୍ଷୟକ୍ଷତି ପରିପ୍ରେକ୍ଷୀରେ ଦ୍ୱିତୀୟ ବଡ଼ କାରଣ ପାଲଟିଛି ବୋଲି କହିଛନ୍ତି ଡକ୍ଟର ଶ୍ରୀବାସ୍ତବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ‘ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପନ – ପ୍ରସଙ୍ଗ ଓ ସମ୍ଭାବନା’ ଶୀର୍ଷକ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ଡକ୍ଟର ଶ୍ରୀବାସ୍ତବ ।
ଡକ୍ଟର ଶ୍ରୀବାସ୍ତବ କହିଛନ୍ତି ଯେ କେବଳ ଅଧିକ ତାପମାତ୍ରା ପ୍ରଚଣ୍ଡ ରୋ÷ଦ୍ର ତାପ ଉପୁଜାଇ ନାହିଁ ବରଂ ଅନ୍ୟାନ୍ୟ ପାଣିପାଗ ଜନିତ କାରଣରୁ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଡକ୍ଟର ଶ୍ରୀବାସ୍ତବ କହିଛନ୍ତି ଯେ ୨୦୦୦ ରୁ ୨୦୦୯ ବର୍ଷ ଗୁଡ଼ିକ ଅପେକ୍ଷା ୨୦୧୦ ରୁ ୨୦୧୯ ମଧ୍ୟରେ ରୋ÷ଦ୍ର ତାପର ସଂଖ୍ୟା ୨୪ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଏତଦ୍ ଜନିତ ମୃତୁ୍ୟ ମଧ୍ୟ ୨୭ ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।
ସୋଆ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଶନିବାର ଉଦ୍ୟାପିତ ହୋଇଥିବା ବେଳେ ଉଦ୍ୟାପନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ଭାବେ ସମାଜର ହିତ ପାଇଁ କାର୍ଯ୍ୟ କରିବା ଏହାର ଦାୟିତ୍ୱ । ବର୍ତମାନ ପୃଥିବୀରେ ଜଳବାୟୁ ପରିବର୍ତନ ଏବଂ ବିଶ୍ୱ ତାପନ ଚିନ୍ତାର କାରଣ ପାଲଟିଥିବା ବେଳେ ଏ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀମାନେ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ନିଜ ନିଜ କ୍ଷେତ୍ରରେ ସଚେତନତାର ସୃଷ୍ଟି କରନ୍ତୁ ବୋଲି କୁଳପତି କହିଥିଲେ ।
ସୋଆ ପକ୍ଷରୁ ସେଂଟର ଫର ଏନଭାଇରନ୍ମେଂଟ ଆଣ୍ଡ କ୍ଲାଇମେଟ ଓ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗି୍ରକଲ୍ଚର (ସିସିଏସ୍ଏ) ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।
କାର୍ଯ୍ୟକ୍ରମର ଅର୍ଗାନାଇଜିଂ ଚେୟାର ତଥା ସିସିଏସ୍ଏର ଡିଷ୍ଟିଙ୍ଗୁଇସ୍ଡ ପ୍ରଫେସର ଉମା ଚରଣ ମହାନ୍ତି ସମ୍ମିଳନୀର ଉଦ୍ୟାପନୀ ବକ୍ତବ୍ୟ ରଖିବା ସହ ସମ୍ମିଳନୀରେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ମୁଖକୁ ଆସିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗି୍ରକଲ୍ଚରାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ଉପକୁଳପତି ପ୍ରଫେସର ପି.କେ. ପାତ୍ର ବକ୍ତବ୍ୟ ରଖିଥିଲେ ।
ଆଇଏଏସ୍ର ଆସୋସିଏଟ୍ ପ୍ରଫେସର ଡକ୍ଟର ଶୁଭପ୍ରଦ ଦାଶ ସମ୍ମିଳନୀ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିବା ବେଳେ ଆସୋସିଏଟ୍ ପ୍ରଫେସର ସ୍ୱାତୀ ଶିଳ୍ପା ବାହୁବଳେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ୮ଟି ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ମହାନିଦେ୍ର୍ଧଶକ ଡକ୍ଟର ମୃତୁ୍ୟଞ୍ଜୟ ମହାପାତ୍ର ମଧ୍ୟ ମନ୍ତବ୍ୟ ରଖିଥିଲେ ।

Related Posts

ଶିମିଳିପାଳରେ କଳା ବାଘୁଣୀର ମୃତଦେହ ଠାବ

ବାରିପଦା: ଶିମିଳିପାଳ ଦକ୍ଷିଣ ଡିଭିଜନର ଉପରବାରାହା କାମୁଡା ରେଞ୍ଜରେ ବିରଳ ପ୍ରଜାତି କଳା ବାଘୁଣୀର ମୃତଦେହ ଠାବ ହୋଇଛି l ଗତ ୬ ତାରିଖ ସନ୍ଧ୍ୟା ୫ ଟା ସମୟରେ ପାଟ୍ରୋଲିଂ କରୁଥିବା ଷ୍ଟାଫ୍ ପ୍ରାୟ ୫ ବର୍ଷର ଏକ ମାଈ…

Continue reading
୧୦ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ୱର :ଆସନ୍ତା ସୋମବାର ଅଗଷ୍ଟ ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସାଧାରଣ ପ୍ରଶାସନ ଓ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ