ସ୍କୁଲରେ ସାରା ରାତି ଛାତ୍ରୀ ଫସିରହିବା ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ବିତ

କେନ୍ଦୁଝର,22/08: ରାତିସାରା ସ୍କୁଲ୍ ଝରକା ରେଲିଂରେ ଛାତ୍ରୀ ଫସି ରହିବା ଘଟଣାରେ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ସାମ୍ନାକୁ ଆସିବା ପରେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । କହିରଖୁଛୁ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ସ୍କୁଲରେ ଥିବାବେଳେ ଭୁଲବଶତଃ ତାଲା ପକାଇ ଦେଇ କର୍ତ୍ତୃପକ୍ଷ ଚାଲିଯାଇଥିଲେ । ସାରା ରାତି ଛାତ୍ରୀ ଜଣକ ଝରକା ରେଲିଂରେ ଲଟକି ରହିଥିଲେ । ବାହାରିବାକୁ ବହୁତ ଚେଷ୍ଟା ସତ୍ତ୍ବେ ସେ ବାହାରି ନପାରି ରାତିସାରା ଝରକାରେ ଲଟକି ରହିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ସକାଳେ ସମସ୍ତେ ଦେଖିବା ପରେ କୁନିଝିଅକୁ ଉଦ୍ଧାର କରାଯାଇଥିଲା ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ