୨୩ଟିକିଆ ହାତୀପଲ୍ଲ ଚନ୍ଦକାରୁ ଆଠଗଡ ବନାଞ୍ଚଳକୁ ଫେରିଲେ

ଆଠଗଡ,22/08: ଆଠଗଡ ବନାଞ୍ଚଳକୁ ପ୍ରାୟ ୮ ମାସ ବ୍ୟବଧାନ ପରେ ଚନ୍ଦକା ଅଞ୍ଚଳରୁ ପୁଣି ଫେରିଛନ୍ତି ୨୩ଟିକିଆ ହାତୀପଲ୍ଲ। ଗୁରୁବାର ଭୋର ପ୍ରାୟ ୪ ଟା ବେଳେ ଚନ୍ଦକାରୁ ଡମପଡା ସଂରକ୍ଷିତ ଜଙ୍ଗଲ ଦେଇ ୨୨ ଘର ହାତୀ ମହାନଦୀ ପାର ହୋଇ ଆଠଗଡ ବନାଞ୍ଚଳ ଅନ୍ତର୍ଗତ କନ୍ଦରପୁର ନିକଟ ବାଘେରା ପାଖରେ ଉଠିବା ପରେ ସୁକାଶନ ସଂରକ୍ଷିତ ଜଙ୍ଗଲକୁ ଆସିଛନ୍ତି । ପୁଣି ଶୁକ୍ରବାର ଭୋର ସମୟରେ ପଛରେ ରହିଯାଇଥିବା ଆଉ ଏକ ଦନ୍ତା ହାତୀ ନଦୀ ପାର ହୋଇ ସୁକାଶନ ଜଙ୍ଗଲକୁ ଆସିଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ। ପୂର୍ବରୁ ଏଠାରେ ଏକ ଗୋଟିକିଆ ମାଈ ହାତୀ ରହିଥିଲା । ଏବେ ସର୍ବମୋଟ ୨୪ଟି ହାତୀ ସୁକାଶନ ଜଙ୍ଗଲରେ ରହିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ୮ଟି ଛୁଆ ହାତୀ, ୯ଟି ମାଈ, ୫ଟି ଦନ୍ତା ଓ ଗୋଟିଏ ମାଖନା ହାତୀ ରହିଛନ୍ତି। ଏବେ ହାତୀ ପଲ୍ଲ ଆସିବା ପରେ ସେମାନଙ୍କ ସୁରକ୍ଷା ନେଇ ବନ ବିଭାଗ ମୁଣ୍ଡ ବିନ୍ଧା ଆରମ୍ଭ ହୋଇ ଯାଇଥିବାବେଳେ ନିଜ କ୍ଷେତର ଫସଲ ହାତୀ ମୁଁହରୁ କିପରି ବଞ୍ଚାଇବେ ସେଥିପାଇଁ ଚାଷୀଙ୍କ ଚିନ୍ତା ବଢିଗଲାଣି। ଆଠଗଡ ବନଖଣ୍ଡ ଅଧିନ ଆଠଗଡ ବନାଞ୍ଚଳରେ ଚନ୍ଦକା ହାତୀ ଏବଂ ଖୁଣ୍ଟୁଣୀ ବନାଞ୍ଚଳରେ କପିଳାସ ହାତୀ ନିୟମିତ ଜଙ୍ଗଲରୁ ବାହାରି ବିଭିନ୍ନ ଅଞ୍ଚଳରେ ବ୍ୟାପକ ଫସଲ ଖାଇବା ସହ କୁଦି ଦଳି ନଷ୍ଟ କରୁଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ