କେନ୍ଦୁଝର,22/08: ରାତିସାରା ସ୍କୁଲ୍ ଝରକା ରେଲିଂରେ ଛାତ୍ରୀ ଫସି ରହିବା ଘଟଣାରେ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ସାମ୍ନାକୁ ଆସିବା ପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । କହିରଖୁଛୁ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ସ୍କୁଲରେ ଥିବାବେଳେ ଭୁଲବଶତଃ ତାଲା ପକାଇ ଦେଇ କର୍ତ୍ତୃପକ୍ଷ ଚାଲିଯାଇଥିଲେ । ସାରା ରାତି ଛାତ୍ରୀ ଜଣକ ଝରକା ରେଲିଂରେ ଲଟକି ରହିଥିଲେ । ବାହାରିବାକୁ ବହୁତ ଚେଷ୍ଟା ସତ୍ତ୍ବେ ସେ ବାହାରି ନପାରି ରାତିସାରା ଝରକାରେ ଲଟକି ରହିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ସକାଳେ ସମସ୍ତେ ଦେଖିବା ପରେ କୁନିଝିଅକୁ ଉଦ୍ଧାର କରାଯାଇଥିଲା ।
ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…




