ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମ୍ୟାଲେରିଆ ଏବଂ ଡେଙ୍ଗୁ ସ୍ଥିତି ସମୀକ୍ଷା

ଭୁବନେଶ୍ଵର :ଲୋକସେବା ଭବନ ରୁ ଆଭାସୀ ମାଧ୍ୟମରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ , କମିଶନର, ସିଡିଏମଓ ଙ୍କ ସହ ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗର ନିରାକରଣ ବାବଦରେ ସମୀକ୍ଷା କରିଥିଲେ । ସରକାର ଜନସ୍ୱାସ୍ଥ୍ୟ ସମସ୍ୟା, ମ୍ୟାଲେରିଆ ଏବଂ ଡେଙ୍ଗୁ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗ ଦୂରକରିବାରେ ପ୍ରତିବଦ୍ଧ ଏବଂ ଏଥିପାଇଁ ସମସ୍ତ ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟାରେ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ମ୍ୟାଲେରିଆ ଏବଂ ଡେଙ୍ଗୁ ସମସ୍ୟା ର ସମାଧାନ ପାଇଁ ସରକାର ଙ୍କ ତରଫରୁ ହେଉଥିବା ଔଷଧ ଯୁକ୍ତ ମଶାରୀ (LLIN) ବଣ୍ଟନ, କୀଟନାଶକ ସ୍ପ୍ରେ (IRS) ବ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ । ଅଧିକ ରୋଗୀ ଥିବା ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଜିଲ୍ଲାପାଳଙ୍କୁ ସ୍ଵତନ୍ତ୍ର ଧ୍ୟାନ ଦେବାକୁ କହିଥିଲେ । ପ୍ରାକ ବର୍ଷା ଋତୁ ପାଇଁ ପ୍ରସ୍ତୁତି ଏବଂ ବର୍ଷା ସମୟରେ ପଦକ୍ଷେପ ଗୁଡିକ ସୂଚାରୁ ରୂପେ ସମ୍ପାଦନ ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ମ୍ୟାଲେରିଆ ପାଇଁ ସକ୍ରିୟ ରୂପେ ସ୍କ୍ରିନିଙ୍ଗ ବ୍ୟବସ୍ଥା କୁ ଆବାସିକ ସ୍କୁଲ , ମ୍ୟାଲେରିଆ ପ୍ରବଣ ଅଞ୍ଚଳ , ପ୍ରବାସୀ ଶ୍ରମିକ ଙ୍କୁ ଅନ୍ତର୍ଭୁକ୍ତ କରିବା ସହ ଟେଷ୍ଟ ବଢାଇବାକୁ କହିଥିଲେ ।
ଆଗାମୀ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ୧.୫୭ କୋଟି ଔଷଧ ଯୁକ୍ତ ମଶାରୀ ଯୋଗାଇବାକୁ ଯାଉଛନ୍ତି । ଏହାକୁ ଗ୍ରାଉଣ୍ଡ ଲେଭେଲରେ ଅଧିକାରୀ ମାନେ ତଦାରଖ କରି କିପରି ସୁବ୍ୟବହାର ହେବ ସେଥି ପ୍ରତି ଧ୍ୟାନ ଦେବାକୁ କହିଛନ୍ତି । ଜନ ସଚେତନତା ଦ୍ଵାରା ସ୍ଵୟଂ ସହାୟକ ଗୋଷ୍ଠୀ , ଯୁବ କ୍ଲବ , ଛାତ୍ର ଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ଵ ଦେବାକୁ କହିଥିଲେ ।

ଡେଙ୍ଗୁ ରୋଗ ପ୍ଲାଟଲେଟ ମହଜୁଦ ରଖିବାକୁ ସୁନିଶ୍ଚିତ କରିବା ସହ ମ୍ୟାଲେରିଆ ଏବଂ ଡେଙ୍ଗୁ ନିରାକରଣ ଟିମ ଗୁଡିକ ସଠିକ ଭାବେ କାମ କରିବାକୁ ଉପଦେଶ ଦେଇଥିଲେ ।
ଏହି ବୈଠକରେ ଅନୁଗୁଳ , ଭଦ୍ରକ , ବାଲେଶ୍ଵର , ବୌଦ୍ଧ , କଟକ , ଗଞ୍ଜାମ , ଗଜପତି , ଜଗତସିଂପୁର, ଖୋର୍ଦ୍ଧା , ନୟାଗଡ , ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ , କୋରାପୁଟ , ମାଲକାନଗିରି, ରାୟଗଡା, ମୟୂରଭଞ୍ଜ, ଏବଂ ସୁନ୍ଦରଗଡ ଜିଲ୍ଲା ର ଅଧିକାରୀ ମାନେ ଆଭାସୀ ମଧ୍ୟମରେ ଯୋଡି ହୋଇ ଥିଲେ ।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ