ହଠାତ୍‌ ଥରିଲା ଫୋନ, ଆସିଲା ଆଲର୍ଟ ମେସେଜ

ଭୁବନେଶ୍ୱର: ସମୟ ପୂର୍ବାହ୍ନ 11.43…ହଠାତ୍‌ ଥରି ଉଠିଲା ମୋବାଇଲ । କିଏ ମୋବାଇଲରେ ଫେସବୁକ ଚଲାଉଥିଲା ତ ଆଉ କିଏ ହ୍ବାଟ୍ସଆପରେ ନିଜ ବନ୍ଧୁଙ୍କ ସହ ଚାଟିଂ କରୁଥିଲା । ହଠାତ୍‌ ମୋବାଇଲ ଥରିବା ଦେଖି ଭୟଭୀତ ହୋଇ ପଡ଼ିଥିଲେ ସଭିଏଁ । ତେବେ ଭୟଭୀତ ହୁଅନ୍ତୁ ନାହିଁ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ପଠାଯାଇଥିବା ଏକ ଟେଷ୍ଟ ମେସେଜ ଅଟେ । ଆଜି ସାରା ଦେଶରେ NDMA ୱେୟାରଲେସ୍‌ ଏମରଜେନ୍ସି ଆଲର୍ଟ ସିଷ୍ଟମର ଯାଞ୍ଚ କରାଯାଇଛି ।
ଦେଶର ନାଗରିକମାନଙ୍କୁ ଦୁର୍ଘଟଣା ସମୟରେ ତୁରନ୍ତ ସତର୍କ କରିବା ପାଇଁ ଭାରତ ସରକାର ନିଜସ୍ୱ (ଇଣ୍ଡିଜେନସ୍) ପ୍ରଯୁକ୍ତିରେ ତିଆରି ‘ସେଲ୍ ବ୍ରଡକାଷ୍ଟ’ ମେସେଜିଂ ସିଷ୍ଟମ୍ ଆରମ୍ଭ କରିଛି । ଶନିବାର ପ୍ରାୟ ପୂର୍ବାହ୍ନ ୧୧ଟା ୪୩ମିନିଟ୍ ସମୟରେ କେନ୍ଦ୍ର ସରକାର ଦେଶର ପ୍ରାୟ ସମସ୍ତ ମୋବାଇଲ୍ ବ୍ୟବହାରକାରୀଙ୍କୁ ଏକ ପରୀକ୍ଷାମୂଳକ ସନ୍ଦେଶ ପଠାଇ ଥିଲେ । ଏହା ମାଧ୍ୟମରେ ସିଷ୍ଟମ୍‌ର କାର୍ଯ୍ୟକ୍ଷମତା ପରୀକ୍ଷା କରାଯାଇଛି ।
“ଭାରତ ସରକାର ନିଜସ୍ୱ ପ୍ରଯୁକ୍ତିରେ ସେଲ୍ ବ୍ରଡକାଷ୍ଟ ସିଷ୍ଟମ୍ ଆରମ୍ଭ କରିଛନ୍ତି, ଯାହା ଦୁର୍ଘଟଣା ସମୟରେ ନାଗରିକଙ୍କୁ ତୁରନ୍ତ ସତର୍କ କରିବ । ସୁରକ୍ଷିତ ନାଗରିକ, ସୁରକ୍ଷିତ ଦେଶ । ଏହା ଏକ ପରୀକ୍ଷାମୂଳକ ସନ୍ଦେଶ, ଏଥିପାଇଁ ସାଧାରଣ ଲୋକଙ୍କୁ କୌଣସି କାର୍ଯ୍ୟକରଣୀୟ ନାହିଁ।”ଏହି ସେବା ମାଧ୍ୟମରେ ଭବିଷ୍ୟତରେ ଭୂକମ୍ପ, ବନ୍ୟା, ଘୂର୍ଣ୍ଣିବାତ୍ୟା ଭଳି ଆପଦ ସମୟରେ ସମସ୍ତ ମୋବାଇଲ୍ ୟୁଜରଙ୍କୁ ଏକ ସମୟରେ ତୁରନ୍ତ ସତର୍କ ସନ୍ଦେଶ ପଠାଯିବ ।

  • Related Posts

    ବନ୍ୟା, ବାତ୍ୟା ଆସିଲେ ମୁକାବିଲା ପାଇଁ ଆମେ ପ୍ରସ୍ତୁତ:ମନ୍ତ୍ରୀ

    ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଆକଳନ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି, ବାତ୍ୟା, ବନ୍ୟା ଏବଂ ହିଟ୍ ୱେଭ ପ୍ରବଣ ରାଜ୍ୟ ହେଉଛି ଓଡ଼ିଶା। ଏପ୍ରିଲ ମାସ ସନ୍ଧ୍ୟାରେ ଝଡ଼ ବି ହୁଏ, ମେ’ରେ ବାତ୍ୟା ହେବା…

    Continue reading
    ହାତୀଆଶୁଣି ରାସ୍ତାରେ ପୁଣି ଜବରଦଖଲ ଉଚ୍ଛେଦ, ୮୧ ଘର ସଫା

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଗର୍ଜିଛି ବୁଲଡୋଜର। ସହରର ଗୁରୁତ୍ୱପୂର୍ଣ୍ଣ ହାତୀଆଶୁଣି ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଏକାମ୍ର କାନନ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଆଜିଠାରୁ ବଡ଼ ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ୨୦୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ