‘ହର୍ମୁଜରେ କୌଣସି ଟିକସ ଆଦାୟ ହେବ ନାହିଁ’

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ଜାହାଜଗୁଡ଼ିକ ଉପରୁ ଇରାନ କୌଣସି ପ୍ରକାରର ଟିକସ କିମ୍ବା ଅନ୍ୟାନ୍ୟ ଦେୟ ଆଦାୟ କରିବ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଜଳପଥରେ ଜାହାଜ ଚଳାଚଳକୁ ନେଇ ଚାଲିଥିବା ବିବାଦ ଓ ଆଶଙ୍କା ମଧ୍ୟରେ ଟ୍ରମ୍ପଙ୍କର ଏହି ମନ୍ତବ୍ୟ ଆଶ୍ବସ୍ତିକର ହୋଇଛି।
ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ହର୍ମୁଜ ପ୍ରଣାଳୀରେ ଇରାନ ଟିକସ ଆଦାୟ କରୁଥିବା ନେଇ କେତେକ ଗଣମାଧ୍ୟମରେ ଭୁଲ୍‌ ଖବର ପ୍ରସାରିତ ହେଉଛି। କାରଣ ଇରାନ ଆମକୁ ପ୍ରତିଶ୍ରୁତି ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀରେ କୌଣସି ପ୍ରକାର ଟିକସ ଆଦାୟ କରିବ ନାହିଁ। ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ଇରାନ ପକ୍ଷରୁ ମିଳିଥିବା ଏହି ସୂଚନା ଭୁଲ୍ ବୋଲି ପ୍ରମାଣିତ ହୁଏ, ତେବେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଆଲୋଚନା ତୁରନ୍ତ ବନ୍ଦ କରିଦିଆଯିବ। ଆମେରିକା ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁଯାୟୀ, ଆନ୍ତର୍ଜାତିକ ନିୟମ ଅନୁସାରେ ହର୍ମୁଜ ଏକ ମୁକ୍ତ ଅନ୍ତର୍ଜାତୀୟ ଜଳପଥ। ଏଠାରେ କୌଣସି ଦେଶ ଜାହାଜଗୁଡ଼ିକ ଉପରେ ଜବରଦସ୍ତି ଟୋଲ୍ କିମ୍ବା ଟିକସ ଲଗାଇ ପାରିବେ ନାହିଁ। ଇରାନ ଆମେରିକାକୁ ଜଣାଇଛି ଯେ କେତେକ ମିଥ୍ୟା ଖବର ପ୍ରସାରଣ ସତ୍ତ୍ୱେ ହର୍ମୁଜ ପ୍ରଣାଳୀ ଦେଇ ଯାତ୍ରା କରୁଥିବା ଜାହାଜଗୁଡ଼ିକ ଉପରୁ କୌଣସି ଟିକସ, ବୀମା ଖର୍ଚ୍ଚ କିମ୍ବା ଅନ୍ୟ କୌଣସି ପ୍ରକାରର ଶୁଳ୍କ ଆଦାୟ କରାଯାଉ ନାହିଁ। ଟ୍ରମ୍ପ କହିଛନ୍ତି ଯେ ଆମେରିକା ପକ୍ଷରୁ ଇରାନକୁ କୌଣସି ସିଧାସଳଖ ନଗଦ ଅର୍ଥ ଦିଆଯାଇ ନାହିଁ। ବରଂ ଆମେରିକା ନିୟନ୍ତ୍ରଣରେ ଥିବା ଇରାନର ପାଣ୍ଠିକୁ ବ୍ୟବହାର କରି ଆମେରିକାର ଚାଷୀମାନଙ୍କଠାରୁ ମକା, ଗହମ ଏବଂ ସୋୟାବିନ୍ ଭଳି ଖାଦ୍ୟଶସ୍ୟ କିଣାଯିବ ଏବଂ ତାହାକୁ ଇରାନର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ପଠାଯିବ। ଚଳିତ ସପ୍ତାହରେ ସ୍ୱିଜରଲ୍ୟାଣ୍ଡରେ ଆମେରିକା ଓ ଇରାନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାକୁ ନେଇ ଆଲୋଚନା ଚାଲିଥିବା ବେଳେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ବେଶ୍ ଗୁରୁତ୍ୱ ବହନ କରୁଛି।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ