ହାଇଦ୍ରାବାଦ ପାଇଁ ଖେଳିବେ ଈଶାନ କିଶନ

ନୂଆଦିଲ୍ଲୀ: ଆଇପିଏଲ ଆରମ୍ଭରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ଆସୁଥିବା ୱିକେଟ କିପର ବ୍ୟାଟର ଈଶାନ କିଶନଙ୍କ ଠିକଣା ବଦଳିଛି। ତାଙ୍କୁ ୨୦୨୫ ମେଗା ଅକ୍ସନରେ ସନ ରାଇଜର୍ସ ହାଇଦ୍ରାବାଦ ୧୧.୨୫ କୋଟି ଟଙ୍କା ଦେଇ କିଣିଛି। ମେଗା ଅକ୍ସନ ପୂର୍ବରୁ ମୁମ୍ବାଇ ତାଙ୍କୁ ରିଲିଜ କରି ଦେଇଥିଲା।

ସେ ୨ କୋଟିର ବେସ ପ୍ରାଇସ ସହ ଅକ୍ସନକୁ ଆସିଥିଲେ। ମୁମ୍ବାଇ ତାଙ୍କୁ କିଣିବାକୁ ଚେଷ୍ଟା କରିଥିଲେ ହେଁ ୪ କୋଟିରୁ ଆଗକୁ ଯାଇ ନଥିଲା। ଏହାପରେ ପଞ୍ଜାବ ସହ ଦିଲ୍ଲୀର ବିସ ୱାର ହୋଇଥିଲା। କିଶନଙ୍କ ଦାମ ୧୦.୫୦ କୋଟି ଥିବା ବେଳେ ହାଇଦ୍ରାବାଦ ବିଡ ଲଗାଇଥିଲା। ଏହାପରେ ହାଇଦ୍ରାବାଦ ତାଙ୍କୁ ୧୧.୨୫ କୋଟି ଟଙ୍କାରେ କିଣି ନେଇଛି। ଏହାର ଅର୍ଥ ଈଶାନ କିଶନ ୨୦୨୫ରୁ ହାଇଦ୍ରାବାଦ ପାଇଁ ଖେଳିବେ।

ଇଂଲଣ୍ଡର ବିସ୍ଫୋରକ ୱିକେଟ କିପର ବ୍ୟାଟର ଫିଲ ସଲ୍ଟଙ୍କୁ ଆରସିବି କିଣିଛି। ୨୦୨୪ରେ ସଲ୍ଟ କୋଲକାତା ପାଇଁ ଖେଳୁଥିଲେ। ହେଲେ ଏବେ ସେ ଆରସିବିର ନୂଆ ସଦସ୍ୟ ହୋଇଛନ୍ତି। ତାଙ୍କୁ ଆରସିବି ୧୧.୫୦ କୋଟି ଟଙ୍କାରେ କିଣିଛି। ତାଙ୍କୁ କେକେଆର ନେବାକୁ ଚେଷ୍ଟା କରିଥିଲେ ହେଁ ଶେଷରେ ଆରସିବି ବାଜି ମାରି ନେଇଛି।

  • Related Posts

    ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ ଶିବିର

    ଦେବଗଡ଼:ଆସନ୍ତା ଅଗଷ୍ଟ ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ୫୨ତମ ଜୁନିୟର ରାଜ୍ୟସ୍ତରୀୟ କବାଡି(କୋଡିଏ ବର୍ଷ ରୁ କମ ବାଳକ ଓ ବାଳିକା ବର୍ଗ)ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଜି ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ…

    Continue reading
    ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ

    ଗ୍ଲାସ୍‌ଗୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ। ରବିବାର ମହିଳା ୪୮ କିଗ୍ରା ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ଥାନରେ ରହି ମୀରାବାଈ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ମଣିପୁରର ୩୨ ବର୍ଷ ବୟସ୍କା ମୀରାବାଈ ମୋଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ