ହାନଦୀ ଜଳ ବିବାଦ:ବୃଦ୍ଧି ପାଇବାରେ ଲାଗିଛି ଓଡ଼ିଶା ଓ ଛତିଶଗଡ ମଧ୍ୟରେ ସହମତି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ନେଇ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ସହମତି ବୃଦ୍ଧି ପାଇବାରେ ଲାଗିଛି । ଦୁଇ ରାଜ୍ୟ ମହାନଦୀ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରିଥିବା ୧୫ଟି ପ୍ରସଙ୍ଗ ମଧ୍ୟରୁ ୧୨ଟିରେ ମତଭେଦ ଦୂର କରିପାରିଛନ୍ତି । ଶନିବାର ଶୁଣାଣି ବେଳେ ସେମାନେ ଏହା ମହାନଦୀ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଛନ୍ତି । ଫଳରେ ବର୍ଷ ବର୍ଷ ଧରି ପଡିରହିଥିବା ଏହି ବିବାଦ ଆପୋସ ସମାଧାନ ଆଡକୁ ଗତିକରୁଥିବା ଦେଖିବାକୁ ମିଳିଛି ।

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ବେଲା ଏନ୍ ତ୍ରିବେଦି ଓ ଅନ୍ୟ ଦୁଇ ଜଣ ସଦସ୍ୟଙ୍କ ନିକଟରେ ଶୁଣାଣି ସମୟରେ ଓଡିଶାର ଆଡଭୋକେଟ ଜେନେରାଲ (ଏଜି) ପିତାମ୍ବର ଆଚାର୍ୟ୍ୟ ଓ ଛତିଶଗଡ଼ ସରକାରଙ୍କ ଏଜି ବିବେକ ଶର୍ମା କହିଥିଲେ ଯେ, ଦୁଇ ରାଜ୍ୟଙ୍କ ବିଭିନ୍ନ ଟିମ୍ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଅବଶିଷ୍ଟ ପ୍ରସଙ୍ଗରେ କିଭଳି ସହମତି ପ୍ରକାଶ ପାଇବ ତାର ରାସ୍ତା ବାହାର କରିବାକୁ ଟ୍ରିବ୍ୟୁନାଲ୍ ପରାମର୍ଶ ଦେଇଥିଲେ । ଏହାପରେ ଶୁଣାଣି ଜୁନ୍ ୬ରେ କରିବାକୁ ଧାର୍ୟ୍ୟ ହୋଇଥିଲା ।

ଶନିବାର ଶୁଣାଣି ଶେଷ ପରେ ଓଡିଶା ଏଜି ପିତାମ୍ବର ଆଚାର୍ୟ୍ୟ ଗଣମାଧ୍ୟମକୁ କହିଥିଲେ ଯେ, ପୂର୍ବରୁ ଶୁଣାଣି ପାଇଁ ଲମ୍ବାଲମ୍ବା ତାରିଖ ମିଳୁଥିଲା । ଏବେ ପାଖାପାଖି ତାରିଖ ମିଳୁଥିବାରୁ ଏହି ବିବାଦ ସମାଧାନ ଆଡକୁ ଗତିକରୁଥିବା ଅନୁଭବ କରାଯାଉଛି । ଉଭୟ ରାଜ୍ୟ ଆପୋସ ଆଲୋଚନା ପାଇଁ ରାଜି ହେବାରୁ ଜଟିଳ ବିବାଦୀୟ ପ୍ରସଙ୍ଗର ସମାଧାନ କରାଯାଇପାରୁଛି । ମୁଁ ଆଶାବାଦୀ ଯେ, ମହାନଦୀ ଜଳ ବିବାଦର ଖୁବ୍‌ଶୀଘ୍ର ସମାଧାନ ହେବ ।

  • Related Posts

    ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା

    ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…

    Continue reading
    ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

    ଭୁବନେଶ୍ୱର: ଭାରତ ୨୦୨୬ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀ ବୈଠକର ଅଧ୍ୟକ୍ଷତା କରୁଥିବା ବେଳେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ପକ୍ଷରୁ ପୁରୀ ଠାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆୟୋଜନ କରାଯାଉଛି । ଆଜି ଠାରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ