ହିନ୍ଦୁମାନେ ୩ ସନ୍ତାନ ଜନ୍ମ କରନ୍ତୁ: ପ୍ରବୀଣଭାଇ ତୋଗାଡିଆ

ବୀରମିତ୍ରପୁର: ଅନ୍ତର୍ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବୀଣଭାଇ ତୋଗାଡିଆ ଆଜି ସୁନ୍ଦରଗଡ଼ ଜିଲ୍ଲାର ଏକ କାର୍ୟ୍ୟକ୍ରମରେ ବୀରମିତ୍ରପୁର ଗସ୍ତରେ ଆସିଥିଲେ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ନିକଟରେ ତାଙ୍କ ଶୁଭେଚ୍ଛୁମାନେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବିଭିନ୍ନ ହିନ୍ଦୁ ସଂଗଠନର କର୍ମକର୍ତ୍ତା ମାନେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଶ୍ରୀ ତୋଗାଡିଆଙ୍କୁ ସ୍ୱାଗତ ଜଣାଇଥିଲେ । ସେ ମାରୱାଡ଼ି ଧର୍ମଶାଳା ରେ ଏକ ସାଧାରଣ ସଭାରେ ଯୋଗଦେଇ ହିନ୍ଦୁମାନଙ୍କୁ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ

ସେ କହିଥିଲେ, ହିନ୍ଦୁମାନଙ୍କର ସଂଖ୍ୟା ଦ୍ରୁତ ଗତିରେ କମୁଛି । ଆଗାମୀ ଦିନରେ ହିନ୍ଦୁ ଜନସଂଖ୍ୟା ୫୦ ପ୍ରତିଶତକୁ କମି ଯିବ । ସେଥିପାଇଁ ହିନ୍ଦୁମାନଙ୍କୁ ୩ ସନ୍ତାନ ପରିବାର ଓ ଜାଗ୍ରତ ହୋଇ ଏକାଠି ହେବା ପାଇଁ ପରାମର୍ଶ ଦେଇଥିଲେ । ସେ ଆହୁରି କହିଥିଲେ, ଆମେ ଆମର ହିନ୍ଦୁ ସଂସ୍କୃତି ପାଳନ କରୁ ନାହିଁ । ଅନ୍ୟ ସମ୍ପ୍ରଦାୟର ଲୋକେ ଯେପରି ପ୍ରତ୍ୟେକ ସପ୍ତାହ ନିଜ ଧର୍ମ ସ୍ଥଳକୁ ଯାଇ ନିଜର ଧର୍ମର ଉନ୍ନତି ପାଇଁ ଆଲୋଚନା କରନ୍ତି । କିନ୍ତୁ ଆମେ ତାହା କରୁ ନାହୁଁ । ଘରେ ନିୟମିତ ପୂଜା କରିବା, ସପ୍ତାହରେ ଦୁଇଥର ହନୁମାନ ଚାଳିଶା ପାଠ କରିବା, ସପ୍ତାହରେ ଦୁଇ ଦିନ ମନ୍ଦିର ଯିବା, ତୁଳସୀ ମାତାର ପୂଜା କରିବା, ଆମର କର୍ତ୍ତବ୍ୟ ।

ସେ କହିଲେ ହିନ୍ଦୁ ମାନଙ୍କୁ ହିନ୍ଦୁ ଲାକ ଠାରୁ ଆବଶ୍ୟକ ଜିନିଷ କିଣିବା ଉଚିତ୍ । ଆମେ ପ୍ରଥମୀ ହିନ୍ଦୁ, ପରେ ଆମର ଜାତି । ଆମେ ଭାରତ ମାତାର ସନ୍ତାନ । ଆମେ ଜାଗୃତ ନ ହେଲେ ଆମର ସୁରକ୍ଷା ପ୍ରତି ବିପଦ । ଦିଲ୍ଲୀର ତରୁଣ ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ । ପରେ ସେ ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ । ତାଙ୍କର ଏହି କାର୍ୟ୍ୟକ୍ରମ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏସଡିପିଓ ସୁଶାନ୍ତ ଦାସ, ଆଇଆଇସି ରାମ ପ୍ରସାଦ ନାଗ ସହିତ ଅନ୍ୟ ପୁଲିସ ଅଧିକାରୀଙ୍କ ସହ ଚାରି ପ୍ଲାଟୁନ ପୁଲିସ ଫୋର୍ସ କାର୍ୟକ୍ରମରେ ଉପସ୍ଥିତ ଥିଲେ ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ