ହୀରାକୁଦରେ ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ଉଦଘାଟିତ

ସମ୍ବଲପୁର : ଓଡ଼ିଶା ସରକାରଙ୍କ ପକ୍ଷରୁ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ସ୍ଥାପନ କରି ମାଛ ଚାଷ କରାଯିବାର ଆଧୁନିକ ପ୍ରଣାଳି ସ୍ୱାଗତଯୋଗ୍ୟ ପଦକ୍ଷେପ । ପ୍ରାୟ ୭କୋଟି ଟଙ୍କା ବ୍ୟୟରେ ୩୭ ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ଆମ ରାଜ୍ୟର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ରତ୍ନଗର୍ଭା ହୀରାକୁଦ ଜଳଭଣ୍ଡାରର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବ ବୋଲି ଏହାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲପୁରର ହୀରାକୁଦଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗଞ୍ଜାମ ଓ ବାଲେଶ୍ୱର ପରେ ମାଛ ଉତ୍ପାଦନରେ ସମ୍ବଲପୁର ଜିଲ୍ଲା ଅଗ୍ରଣୀ ରହିଛି । ହୀରାକୁଦ ଜିଲ୍ଲା ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର ମାଛ ଉତ୍ପାଦନ ହେଉଛି, ଯାହା ପ୍ରଶଂସନୀୟ । ଏଠାରେ ମାଛ ଉତ୍ପାଦନକୁ ଆହୁରି ବଢାଇବା ପାଇଁ ପଦକ୍ଷେପ ନିଆଯିବ । ମାଛକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ଶୀତଳ ଭଣ୍ଡାର, ବରଫ କାରଖାନା ଭଳି ଆଧୁନିକ ସୁବିଧା ଉପଲବ୍ଧ ହେବ । ଉନ୍ନତ ପ୍ରକ୍ରିୟାକରଣ ଯୋଗୁଁ ଆମ ମାଛର ମାନ ବୃଦ୍ଧି ପାଇବ । ଫଳରେ ଏହାକୁ କେବଳ ଓଡ଼ିଶା ନୁହେଁ, ଦେଶର ବଡ଼ ବଡ଼ ବଜାର ଏବଂ ଅନ୍ତର୍ଜାତୀୟ ବଜାରକୁ ପଠାଇବା ସହଜ ହେବ ।
ଓଡ଼ିଶାର ଅର୍ଥନୀତି ପାଇଁ ମତ୍ସ୍ୟ ଚାଷ ଓ ପଶୁପାଳନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ରାଜ୍ୟରେ ପ୍ରାୟ ୧୨ଲକ୍ଷ ମେଟ୍ରିକ୍ ଟନ ମାଛ ଉତ୍ପାଦନ ହେଉଛି । ଏହାକୁ ଦୁଇ ତିନି ଗୁଣା କରାଇଲେ ହିଁ ମତ୍ସ୍ୟଚାଷୀଙ୍କ ବିକାଶ ସହ ସ୍ଥାନୀୟ ଅର୍ଥନୀତିକୁ ବଳ ମିଳିବ । ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା ହେଉଛି ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ । ସେହି କଳ୍ପନାକୁ ସାକାର କରିବା ଦିଗରେ ସମ୍ବଲପୁର ଗୋଶାଳା ବସନ୍ତପୁରରେ ଏକ ଅତ୍ୟାଧୁନିକ ମାଛ ଚାଷ ଓ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ମୋଦୀ ସରକାର ପ୍ରାୟ ୧୦୦କୋଟି ଟଙ୍କା ଦେଇଛନ୍ତି । ଡବଲ ଇଞ୍ଜିନ ସରକାରର ସହଯୋଗରେ ଏଠାରେ ସମୟୋପଯୋଗୀ ତାଲିମ ଶିବିର ଆୟୋଜନ କରାଯିବ। ଏଠାରେ ମାଛ ଧରିବାର ନୂଆ ଉପାୟ, ସ୍ୱଚ୍ଛତା ଓ ପ୍ରକ୍ରିୟାକରଣର ଆଧୁନିକ ଜ୍ଞାନକୌଶଳ ଶିଖିପାରିବେ। ଏହା କେବଳ ମତ୍ସ୍ୟଜୀବୀଙ୍କ ଆୟ ବଢାଇବ ନାହିଁ, ବରଂ ଏହି ଅଞ୍ଚଳରେ ଅନେକ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାରେ ୩୨ଲକ୍ଷ କ୍ୱିଣ୍ଟାଲ ଧାନ କିଣା ହୋଇଛି । ଯାହାର ମୂଲ୍ୟ ପାଖାପାଖି ୧୦୦୦କୋଟି ହେବ। ସମ୍ବଲପୁରରେ ମତ୍ସ୍ୟ ଚାଷ ସମେତ ପଶୁପାଳନ, ଦୁଗ୍ଧ ଚାଷ, ପନିପରିବା ଚାଷ ଭଳି ଆନୁଷଙ୍ଗିକ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଚାଷ ଓ ଚାଷୀ ସମୃଦ୍ଧ ହେଲେ ହିଁ ସମାଜ ସମୃଦ୍ଧ ହେବ। ଜୈବିକ ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ଶ୍ରୀ ପ୍ରଧାନ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି । ଏହି କାର୍ୟ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ମତ୍ସ୍ୟ ଓ ପଶୁ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।

  • Related Posts

    ରାଜ୍ୟର ୪ଟି ସ୍ଥାନରେ ନୂଆ କଲେଜଖୋଲିବ ଓୟୁଏଟି

    ଭୁବନେଶ୍ୱର : ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଗଢ଼ା ଯାଇଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଦିନକୁ ଦିନ କଳେବର ବୃଦ୍ଧି କରି ଚାଲିଛି । ଅଧିକରୁ ଅଧିକ ଚାଷୀଙ୍କୁ ସାହାଯ୍ୟ କରିବାକୁ ବ୍ଲୁ ପ୍ରିଣ୍ଟ୍…

    Continue reading
    ଓଡ଼ିଶାରେ ଗଢ଼ାଯିବ ସ୍ୱତନ୍ତ୍ର ଆଣ୍ଟି-ଟେରର ସ୍କ୍ୱାଡ୍‌

    ଭୁବନେଶ୍ୱର: ଏଣିକି ଅଦାଲତ, ବିମାନବନ୍ଦରରକୁ ବୋମାରେ ଉଡ଼େଇଦେବା ଧମକ ଶୁଣି ଆଉ ଡରିବନି ଓଡ଼ିଶା ପୁଲିସ । ସହରାଞ୍ଚଳରେ ଆତଙ୍କୀ ହମ୍‌ଲାକୁ ମୁକାବିଲା ପାଇଁ ଗଢ଼ାଯିବ ସ୍ୱତନ୍ତ୍ର ଆଣ୍ଟି-ଟେରର ସ୍କ୍ୱାଡ୍‌(ଏଟିଏସ୍‌) । ଓଡ଼ିଶାରେ ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଆତଙ୍କବାଦୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ