
ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନୁଗୁଳ ଗସ୍ତ ଅବସରରେ ବିଭିନ୍ନ ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଖୁବ୍ ଶୀଘ୍ର ଶ୍ରୀମନ୍ଦିରରେ ହେବ ହୁଣ୍ଡି ପରିବର୍ତ୍ତନ। ହୁଣ୍ଡି ଉଠିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ୟ୍ୟ ଅନୁମତି ଦିଆଯାଇଛି। ହୁଣ୍ଡି ଉଠିବାର ୭ ଦିନ ଭିତରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ।
ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଆହୁରି କହିଛନ୍ତି, ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଜିଲ୍ଲାକୁ ଆସିବାର କାର୍ୟ୍ୟକ୍ରମ ରହିଛି। ସେବା ପକ୍ଷ କାର୍ୟ୍ୟକ୍ରମରେ ଯୋଗଦେବାକୁ ଗୋପାଳପୁର ଆସିବେ ପ୍ରଧାନମନ୍ତ୍ରୀ। ତେବେ ସବିଶେଷ କାର୍ୟ୍ୟସୂଚୀ ଆସିନି। କାର୍ୟ୍ୟକ୍ରମରେ କିଛି ପରିବର୍ତ୍ତନ ମଧ୍ୟ ହୋଇପାରେ। ତେବେ ଭୁବନେଶ୍ଵର ଆସିବାର କୌଣସି ଯୋଜନା ନାହିଁ। ପ୍ରଧାନମନ୍ତ୍ରୀ ସବୁବେଳେ ଓଡ଼ିଶାକୁ ଗୁରୁତ୍ଵ ଦେଉଛନ୍ତି। ଓଡ଼ିଶା ପ୍ରତି ତାଙ୍କର ସ୍ଵତନ୍ତ୍ର ଆକର୍ଷଣ ରହିଛି। ତାଙ୍କର ନିର୍ବାଚନ ପ୍ରଚାର ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆରମ୍ଭ କରିଥିଲେ। ଓଡ଼ିଶା ପ୍ରତି ଥିବା ତାଙ୍କ ଅବଦାନକୁ ଆହୁରି ଆଗକୁ ନେବାକୁ ସେ ଲକ୍ଷ୍ୟ ରଖିଛନ୍ତି।




