ଭୁବନେଶ୍ୱର,19।08: ୧୦୦ ଜଣ ଯକ୍ଷ୍ମା (ଟିବି) ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ସେମାନେ ଆରୋଗ୍ୟ ଲାଭ କରିବା ପର୍ଯ୍ୟନ୍ତ ପୋଷଣଯୁକ୍ତ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରାଯିବ। ଏନେଇ ରାଜଭବନ ପକ୍ଷରୁ ଆଗତ ପ୍ରସ୍ତାବକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମତି ପ୍ରଦାନ କରିଛି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ ଲାଗି ରାଜ୍ୟପାଳଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏହାର ଉତ୍ତରରେ ସ୍ବାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ବଥୀ ଏସ୍ ରାଜ୍ୟପାଳଙ୍କ ଶାସନ ସଚିବ ରୂପା ରୋଶନ ସାହୁଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ରାଜ୍ୟପାଳଙ୍କ ଆଗ୍ରହ ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲାର ୧୦୦ ରୋଗୀଙ୍କୁ ଚିକିତ୍ସା ସମୟରେ ପୋଷଣଯୁକ୍ତ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇ ପାରିବ। ଏଥିପାଇଁ ଖୋର୍ଦ୍ଧା ଜିଲାପାଳଙ୍କ ଆକାଉଣ୍ଟରେ ୪ ଲକ୍ଷ ୨୦ ହଜାର ଟଙ୍କା ଜମା କରାଯିବ। ଏହା ପରେ ଖାଦ୍ୟ ବଣ୍ଟନ ପାଇଁ ଏକ ସମୟ ଧାର୍ଯ୍ୟ କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ ଜଣାଇଛନ୍ତି।
ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍
ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…







