ସମ୍ବଲପୁର,19।08: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ର ଜଣେ ନବମ ଶ୍ରେଣୀର ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଧରିଥିବାବେଳେ ଜଣେ ଫେରାର ଅଛି। ଯୁଯୁମୁରା ବ୍ଲକ୍ର ସୁଶାନ୍ତ ମିର୍ଧା (୨୧) ମୁଖ୍ୟ ଅଭିଯୁକ୍ତ ହୋଇଥିବାବେଳେ ଅନ୍ୟ ୨ ଜଣ ନାବାଳକ ଅଛନ୍ତି। ପୁଲିସ୍ ଚତୁର୍ଥ ଅଭିଯୁକ୍ତର ବୟସ ଯାଞ୍ଚ କରୁଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ଯଥାଶୀଘ୍ର ଚାର୍ଜସିଟ୍ ଦାଖଲ କରାଯାଇ ମାମଲାର ତ୍ବରିତ ଶୁଣାଣି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ସମ୍ବଲପୁର ଏସ୍ପି ମୁକେଶ ଭାମୁ କହିଛନ୍ତି। ଏସ୍ପି ଶ୍ରୀ ଭାମୁଙ୍କ ସୂଚନା ଅନୁଯାୟୀ, ନାବାଳିକାଙ୍କ ସହିତ ତାଙ୍କ ଗାଁରେ ହିଁ ଏହି ପାଶବିକ ଅତ୍ୟାଚାର ହୋଇଛି। ରବିବାର ସଂଧ୍ୟା ପ୍ରାୟ ୬.୩୦ରୁ ୭ଟା ବେଳକୁ ସେହି ଗାଁର ୫ ଜଣ ଅଭିଯୁକ୍ତ ନାବାଳିକାଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ। ଏଥିରେ ସୁଶାନ୍ତ ମିର୍ଧା ପ୍ରମୁଖ ଭୂମିକା ନେଇଥିଲା। ଏ ସଂକ୍ରାନ୍ତରେ ରେଢ଼ାଖୋଲ ଏସ୍ଡିପିଓ ଓ ଯୁଯୁମୁରା ପୁଲିସ ସୂଚନା ପାଇବା ପରେ ରାତାରାତି ୩ ଜଣଙ୍କୁ ଗିରଫ କରାଯାଇଥିଲା। ଚତୁର୍ଥ ଅଭିଯୁକ୍ତ ସୋମବାର ସଂଧ୍ୟାରେ ଧରାପଡ଼ିଛି। ଏନେଇ ଯୁଯୁମୁରା ଥାନାରେ ଭାରତୀୟ ନ୍ୟାୟ ସଂହିତା ଧାରା ୭୦ (୨), ପୋକ୍ସୋ ଆଇନ୍ ସେକ୍ସନ ୬ରେ ସମସ୍ତଙ୍କ ବିରୋଧରେ ମାମଲା ନମ୍ବର ୧୭୪ ରୁଜୁ ହୋଇଛି। ଅନ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ପ୍ରକ୍ରିୟା ଜାରି ରହିଛି। ନାବାଳିକାଙ୍କ ୧୬୪ ବୟାନ ସହିତ ଡାକ୍ତରୀ ପରୀକ୍ଷା କରାଯିବ। ସାଇଣ୍ଟିଫିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରି ଫେରିଛନ୍ତି।
ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍
ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…







