ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେଲା ୬ଟି ଉପଜେଲ୍‌

କଟକ,19।08: ରାଜ୍ୟରେ ଜେଲ୍ ବିଭାଗରେ ୬ଟି ଉପଜେଲ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ୩ଟି ଉପଜେଲ୍‌କୁ ବନ୍ଦ କରି ଏହାକୁ ଜିଲ୍ଲା ଜେଲ୍ ସହିତ ମିଶାଇ ଦିଆଯାଇଛି। ଏଭଳି ମିଶ୍ରଣ ଦ୍ବାରା ଅନେକ କଏଦୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ସହିତ ବନ୍ଦ ଓ ସ୍ଥାନାନ୍ତର ହେବାକୁ ଥିବା ଜେଲ୍‌ର ମାନବସମ୍ବଳ ହ୍ରାସ କରିବାକୁ ଜେଲ୍ ବିଭାଗ ଯୋଜନା କରୁଛି।
ରାଜ୍ୟରେ ଏବେ ମୋଟ ୮୮ଟି ଜେଲ୍ ରହିଛି। ଏଥିରେ ୬ଟି ସର୍କଲ ଜେଲ୍, ୧୧ଟି ଜିଲ୍ଲା ଜେଲ୍, ଦୁଇଟି ସ୍ବତନ୍ତ୍ର ଜେଲ୍, ସମ୍ବଲପୁରରେ ଗୋଟିଏ ମହିଳା ଜେଲ୍, ୬ଟି ସ୍ବତନ୍ତ୍ର ସବ୍‌ଜେଲ୍, ୬୨ଟି ସବ୍‌ଜେଲ୍, ଜାମୁଝରୀରେ ଗୋଟିଏ ମୁକ୍ତାକାଶ ଜେଲ୍ ରହିଛି। ଏହି ଜେଲ୍‌ଗୁଡ଼ିକରେ ମୋଟ ୧୯ ହଜାର ୭୯୯ ଜଣ କଏଦୀ ରହିବା ବ୍ୟବସ୍ଥା ରହିଛି। ଏଥିରେ ୧୭ ହଜାର ୯୫୭ ଜଣ ପୁରୁଷ କଏଦୀ ଓ ୧୮ଶହ ୪୨ ଜଣ ମହିଳା କଏଦୀଙ୍କ ରହିବା ବ୍ୟବସ୍ଥା ରହିଛି। ଏବେ ଏସବୁ ଜେଲ୍‌ରେ ୧୭ ହଜାର ୪୯୭ କଏଦୀ ରହୁଛନ୍ତି। ଗୃହ ବିଭାଗର ନିଷ୍ପତ୍ତିକ୍ରମେ ଏବେ ୬ଟି ଉପଜେଲ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଅନ୍ୟତ୍ର ନିୟୋଜନ କରାଯିବା ଏବଂ ପଦବି ହ୍ରାସ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ସେହିଭଳି ୩ଟି ଉପଜେଲ୍‌କୁ ଜିଲ୍ଲା ଜେଲ୍ ସହିତ ମିଶାଇବାକୁ ନିଷ୍ପତ୍ତି ହୋଇଛି। ଏହିକ୍ରମରେ ମାଲକାନଗିରି ଜିଲ୍ଲା ଏମ୍‌ଭି-୭୯ ଉପଜେଲ୍, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଉପଜେଲ୍, ରାୟଗଡ଼ା କାଶୀପୁର ଉପଜେଲ୍, ଗଞ୍ଜାମ ଜିଲ୍ଲା ପାତ୍ରପୁର ଉପଜେଲ୍, ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଉପଜେଲ୍, କଟକ ଜିଲ୍ଲା ଆଠଗଡ଼ ଉପଜେଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଉପଜେଲ୍‌କୁ ବନ୍ଦ କରି ଏହାକୁ ନୟାଗଡ଼ ଜିଲ୍ଲା ଜେଲ୍ ସହିତ ମିଶାଇ ଦିଆଯାଇଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଉପଜେଲ୍‌କୁ ବନ୍ଦ କରି ବାଲେଶ୍ବର ଜିଲ୍ଲା ଜେଲ୍ ଓ ବରଗଡ଼ ଜିଲ୍ଲା ସୋହେଲା ଉପଜେଲ୍‌କୁ ବନ୍ଦ କରି ବରଗଡ଼ ଜିଲ୍ଲା ଜେଲ୍ ସହିତ ମିଶାଇ ଦିଆଯାଇଛି। ଏହି ମିଶ୍ରଣ ହୋଇଥିବା ଜେଲ୍‌ଗୁଡ଼ିକୁ ଉପଜେଲ୍‌ଗୁଡ଼ିକରୁ ବିଚାରାଧୀନ କଏଦୀ ଓ ଦୋଷୀ ସାବ୍ୟସ୍ତ କଏଦୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବ। ବନ୍ଦ ହୋଇଥିବା ଉପଜେଲ୍‌ଗୁଡ଼ିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ। ସେ ପର୍ଯ୍ୟନ୍ତ ଏହି ଜେଲ୍‌ କୋଠା ଓ ଏଥିରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ