୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ସମ୍ପର୍କୀୟ ଭାଇ ଗିରଫ

ବୈଶିଙ୍ଗା: ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି ପୋଲିସ । ପୀଡିତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ମୁତାବକ ଅଭିଯୁକ୍ତ ୨୮ବର୍ଷୀୟ ଯୁବକଜଣକ ପୀଡିତାଙ୍କ ପଡୋଶୀ ହୋଇଥିବା ବେଳେ ସମ୍ପର୍କରେ ଭାଇ-ଭଉଣୀ। ପ୍ରାୟ ୬ମାସ ପୂର୍ବରୁ ଅଭିଯୁକ୍ତଙ୍କ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ଘରକାମରେ ସାହାଯ୍ୟ କରିବାକୁ ପୀଡିତାଙ୍କ ମା’ଙ୍କୁ କହି ପୀଡିତାଙ୍କୁ କିଛିଦିନ ପାଇଁ ଘରକୁ ପଠାଇବାକୁ କହିଥିଲେ । ଏହାପରେ ଅଭିଯୁକ୍ତଜଣଙ୍କ ପୀଡିତାଙ୍କୁ ସାଙ୍ଗରେ ଦୈନିକ ନିଜ ଘରକୁ ନେଇ ଯାଉଥିବା ବେଳେ ଘରକାମ ସରିଲେ ପୁନର୍ବାର ପୀଡିତାଙ୍କୁ ତାଙ୍କ ଘରେ ଆଣି ଛାଡିଦେଇ ଯାଉଥିଲେ।
ତେବେ ଘରକୁ ଯିବାଆସିବା ସମୟରେ ସୁଯୋଗ ଦେଖି ଅଭିଯୁକ୍ତ ଜଣକ ପୀଡିତାଙ୍କୁ ବଳାତ୍କାର କରିବା ସହିତ ଘଟଣା ବାହାରେ ପ୍ରଘଟ କଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇ ଆସୁଥିଲେ। ପୀଡ଼ିତାଜଣଙ୍କ ଭୟରେ ମାନସିକ ଚାପରେ ରହୁଥିବା ବେଳେ ଇତିମଧ୍ୟରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ଘରଲୋକେ ତାଙ୍କର ଡାକ୍ତରୀ ପରୀକ୍ଷା କରାଇବାରୁ ସେ ୬ ମାସର ଗର୍ଭବତୀ ଥିବାର ଜଣାପଡିଥିଲା ।

ଘରଲୋକେ ଅଧିକ ପଚରା ଉଚରା କରିବାପରେ ସେ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ। ଏହାପରେ ପୀଡିତାଙ୍କ ଘରଲୋକ ବୈଶିଙ୍ଗା ଥାନାରେ ଏତଲା ଦାଏର କରିବାପରେ ଶୁକ୍ରବାର ରାତି ଆଠଟା ସମୟରେ ୨୪୯ ନଂ ରେ ଏକ ମାମଲା ରୁଜୁ କରାଯାଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଶନିବାର ଡ଼ାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ