ପ୍ରେମରେ ଫସାଇ ବ୍ଲାକମେଲ କରୁଥିବା ଦୁଇ ଭାଇ ଗିରଫ

ଜଗତସିଂହପୁର: କଲେଜ ପଢୁଆ ଛାତ୍ରୀଙ୍କୁ ପ୍ରେମରେ ଫସାଇ ବ୍ଲାକମେଲ କରୁଥିବା ଦୁଇ ଭାଇଙ୍କୁ ଗିରଫ କରିଛି ଜଗତସିଂହପୁର ପୁଲିସ । ଅଭିଯୁକ୍ତ ଦୁଇ ଭାଇ ହେଉଛନ୍ତି ଜଗତସିଂହପୁର ଥାନା ଇଛାପୁର ଗ୍ରାମର ଜ୍ଞାନ ରଞ୍ଜନ ନାୟକ ଓ ବିଶ୍ୱ ରଞ୍ଜନ ନାୟକ । ଉଭୟ ଭାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ସହ ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି। ଅଶ୍ଳୀଳ ଫଟୋକୁ ରଖି ବ୍ଲାକମେଲ କରି ବାରମ୍ବାର ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିଲେ । ଏହାପରେ କଟକ ସିଡିଏ ୯ର ଏକ ଭଡାଘରେ ୫ ଦିନ ରଖି ବଳ ପୂର୍ବକ ଗର୍ଭ ନଷ୍ଟ କରିଛନ୍ତି। ଏମିତିକି ଯୁବତୀଙ୍କୁ ବ୍ଲାକମେଲ କରି ତାଙ୍କ ପରିବାର ଠାରୁ ଦୁଇ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।
ପୁଲିସ ସୂଚନା ମୁତାବକ, ଦୁଇ ଅଭିଯୁକ୍ତ ଏମିତି ଅନେକ ଯୁବତୀଙ୍କୁ ପ୍ରଥମେ ସୋସିଆଲ ମେଡ଼ିଆ ଜରିଆରେ ପରିଚିତ ହୋଇ ନିବିଡ଼ତା ବଢ଼ାଇଛନ୍ତି ।ପରେ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ଏବଂ ସେଇ ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋକୁ କରାୟତ କରି ଟଙ୍କା ନେଇଛନ୍ତି। ସେଇ ଟଙ୍କାରେ ଭୁବନେଶ୍ୱର ଖଣ୍ଡଗିରି ସୌଭାଗ୍ୟନଗରରେ ଭଡା ଘର ନେଇ ଭଲ ଜୀବନ କାଟିବା ସହ ନିୟମିତ ଗୋଆ ଯାଇ ଭରପୁର ମନୋରଞ୍ଜନ କରିଛନ୍ତି । ସାମାଜିକ ପ୍ରତିଷ୍ଠା, ପରିବାରର ସମ୍ମାନ କୁ ଜଗି ଏବେ ଯାଏ କେହି ପୀଡିତା ଆଇନର ଆଶ୍ରୟ ନେଇ ନଥିଲେ । କିନ୍ତୁ ଦୁଇ ଦିନ ତଳେ ଜଗତସିଂହପୁର ଜିଲ୍ଲାର ଜଣେ ଯୁବତୀ ଏହି ଦୁଇ ଯୁବକ ତଥା ଭାଇଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ପୁଲିସ ୨୪ ଘଣ୍ଟା ଭିତରେ ଏମାନଙ୍କୁ ଗିରଫ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଅଙ୍କିତ କୁମାର ବର୍ମା ଏହି ମାମଲା ଉପରେ ସୂଚନା ଦେଇଛନ୍ତି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ