ଜୁନ୍ ୧୦ ପରେ ଓଡ଼ିଶା ପହଞ୍ଚିବ ମୌସୁମୀ

ଭୁବନେଶ୍ୱର : ଓଡ଼ିଶାରେ ଜୁନ୍‌ ୧୦ରୁ ୧୩ ତାରିଖ ସୁଦ୍ଧା ମୌସୁମୀ ପହଞ୍ଚିପାରେ । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ । ଚଳିତବର୍ଷ ମୌସୁମୀ ସାମାନ୍ୟ ଆଗୁଆ ଦେଶକୁ ଆସିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ପୂର୍ବାନୁମାନ କରିଛି । ଆଇଏମଡିର ତାଜା ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁପାରେ । କେରଳରେ ଆସନ୍ତା ୨୬ ତାରିଖ ବେଳକୁ ମୌସୁମୀ ପ୍ରବେଶ କରିପାରେ । ଯଦିଓ ଏହି ଆକଳନ ୪ ଦିନ ଆଗ ପଛ ହୋଇପାରେ । ସାଧାରଣତଃ ମୌସୁମୀ କେରଳ ଛୁଇଁବାର ସ୍ୱାଭାବିକ ସମୟ ଜୁନ୍‌ ପହିଲା । ଗତବର୍ଷ ମେ’ ୨୪ରେ କେରଳରେ ପହଞ୍ଚିଥିଲା ମୌସୁମୀ । ତେବେ ପ୍ରଫେସର ପଶୁପାଳକଙ୍କ ବିଶ୍ଳେଷଣ ଅନୁସାରେ ମୌସୁମୀ ଆସନ୍ତା ୧୮ରୁ ୨୧ ତାରିଖ ଭିତରେ ଆଣ୍ଡାମାନରେ ପ୍ରବେଶ କରିପାରେ । ହେଲେ କେରଳ ଛୁଇଁଲାବେଳକୁ ଚଳିତ ମାସ ୨୯ ତାରିଖ ହୋଇପାରେ । କାରଣ ବର୍ତ୍ତମାନ ସାମୁଦ୍ରିକ ତାପମାତ୍ରା ଅଧିକ ରହୁଛି । ଆରବ ସାଗରରେ ପଶ୍ଚିମା ପବନ ବେଗ ବଢ଼ୁଛି ।
ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ଉତ୍ତର-ପୂର୍ବରେ ଗତି କରି ମିଆଁମାର ଆଡ଼କୁ ଗତି କରିବ । ଫଳରେ ଓଡ଼ିଶା ଉପକୂଳରୁ ଆର୍ଦ୍ରତା କମିଯିବ । ଜୁନ୍‌ ପ୍ରଥମ ସପ୍ତାହବେଳକୁ ଆଉ ଏକ ଲଘୁଚାପ ବଙ୍ଗୋପସାଗରରେ ହୋଇପାରେ । ନଚେତ୍‌ ଛତିଶଗଡ଼ରୁ କେରଳକୁ ଏକ ଟ୍ରଫଲାଇନ ଲମ୍ବିପାରେ । ଏହା ପ୍ରଭାବରେ ଜୁନ୍‌ ୧୦ରୁ ୧୩ ତାରିଖ ଭିତରେ ମୌସୁମୀ ଓଡ଼ିଶା ଉପକୂଳରେ ପହଞ୍ଚିପାରେ । ଏହା ମୌସୁମୀର ସ୍ୱାଭାବିକ ସମୟ । ଯଦି ଲଘୁଚାପ ବିଳମ୍ବ ହେବ, ତେବେ ମୌସୁମୀ ଆଗମନରେ ଆହୁରି ୩/୪ ଦିନ ବିଳମ୍ବ ହୋଇପାରେ । ମୌସୁମୀ ସ୍ୱାଭାବିକ ସମୟରେ ଆସିଲେ ଉପକୂଳ ଓଡ଼ିଶାରୁ ବର୍ଷା ଆରମ୍ଭ ହେବ । ବିଳମ୍ବ ହେଲେ ପଶ୍ଚିମ ଓଡ଼ିଶାରୁ ମୌସୁମୀ ବର୍ଷା ଆସିପାରେ । ଚଳିତବର୍ଷ ମୌସୁମୀକୁ ପ୍ରଭାବିତ କରିପାରେ ସମ୍ଭାବ୍ୟ ଏଲ୍‌-ନିନୋ ପ୍ରଭାବ ।
ଏଲ୍‌- ନିନୋର ପ୍ରଭାବ ଯୋଗୁ ଆଗାମ ମୌସୁମୀ ଋତୁ ବେଶ୍‌ ଆହ୍ୱାନପୂର୍ଣ୍ଣ ହେବ । ଓଡ଼ିଶା ପ୍ରସଙ୍ଗରେ ଦେଖିବାକୁ ଗଲେ, ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ନେଇ ଅନିଶ୍ଚିତତା ସ୍ଥିତି ଉପୁଜିପାରେ । ତେଣୁ ସେ ଅଞ୍ଚଳରେ ମାଟି ବତର ହ୍ରାସ ପାଇବା ସମ୍ଭାବନା ଅଧିକ । ଏଲ୍‌-ନିନୋ ଯୋଗୁ ଗ୍ରୀଷ୍ମ ପ୍ରବାହ ଅଧିକ ଦିନ ଧରି ରହିବା ସହ ବର୍ଷାର ପରିମାଣରେ ବ୍ୟାପକ ଅନିଶ୍ଚିତତା ଦେଖାଯାଇପାରେ । ଓଡ଼ିଶାର କୃଷି କ୍ଷେତ୍ରରେ ବିଶେଷ କରି ଖରିଫ ଧାନ ବୁଣିବା ଏବଂ ତଳି ରୋପଣ ସମୟରେ ବର୍ଷାର ଅଭାବ ଦେଖା ଦେଇପାରେ । ଏଥିଯୋଗୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ସ୍ଥିତିର ମୁକାବିଲା ପାଇଁ ଚାଷୀମାନେ ସ୍ୱଳ୍ପ ଅବଧି ଏବଂ ମରୁଡ଼ି ସହନଶୀଳ ବିହନ ବ୍ୟବହାର କରିବା ଆବଶ୍ୟକ ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ