୧୩୬ତମ ‘ମନ୍ କି ବାତ’:ଯୁବପିଢ଼ି ହିଁ ଭାରତର ଶକ୍ତି -ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୧୩୬ତମ ‘ମନ୍ କି ବାତ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶବାସୀଙ୍କୁ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ଯୁବପିଢ଼ି ହିଁ ଭାରତର ଶକ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ କି ବାତ୍ରେ ବିକ୍ରମ ୧ ଲଞ୍ଚକୁ ଐତିହାସିକ ସଫଳତା ବୋଲି କହିବା ସହ କ୍ୟାଚ୍ ଦି ରେନ୍ କାର୍ଯ୍ୟକ୍ରମକୁ ପ୍ରଂଶସା କରିଛନ୍ତି । ଏହା ସହିତ କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

‘ମନ୍ କି ବାତ’ର ୧୩୬ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ବର୍ଷାକୁ ଧରିବା ପାଇଁ, ଜୁଲାଇ ୪ରୁ ସାରା ଦେଶରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅଧୀନରେ ବର୍ଷାଜଳ ଅମଳ, ଭୂତଳ ଜଳ ପୁନଃଚାର୍ଜ, ପୁରୁଣା ଜଳ ଉତ୍ସର ପୁନରୁଦ୍ଧାର ଏବଂ ବୃକ୍ଷରୋପଣକୁ ଏକ ନୂତନ ପ୍ରେରଣା ଦିଆଯାଉଛି । ମୁଁ ବହୁତ ଖୁସି ଯେ ଲୋକମାନେ ସବୁଠି ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି, ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ ଏହାକୁ ସଫଳତାର ସମ୍ପର୍ଣ୍ଣ କରିଛନ୍ତି । ବର୍ଷା ପାଣିର ଗୋଟିଏ ଗୋଟିଏ ବୁନ୍ଦାକୁ ସଂରକ୍ଷିତ କରି ଜନ ଆନ୍ଦୋଳନରେ ପରିଣତ କରିବାକୁ ଅପିଲ୍ କିରିଥିଲା ଯାହା ସଫଳ ହୋଇଛି । କ୍ୟାଚ୍ ଦି ରେନ୍ କାର୍ଯ୍ୟକ୍ରମ ଅର୍ଥ ବହୁତ ସରଳ, ଯେଉଁଠି ବର୍ଷା ପାଣି ପଡିଲା ତାକୁ ସେହିଠାରେ ସଂରକ୍ଷଣ କରିବା ।”
କାର୍ଗିଲ ବିଜୟ ଦିବସର ଜଣାଇଲେ ଶୁଭେଚ୍ଛା- ମନ୍ କି ବାତ୍‌ର ୨୭ତମ କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ”ଏହା ଆମର ବୀର ଯବାନ ମାନଙ୍କ ବୀରତ୍ବକୁ ମନେ ପକାଇବାର ଦିନ। ଯବାନଙ୍କ ବଳିଦାନ ପିଢିଙ୍କୁ ପ୍ରେରଣା ଦେବ । ଏହି ଦିନ ଆମକୁ ଗର୍ବିତ କରିଥାଏ । ମା ଭାରତୀଙ୍କ ସୁରକ୍ଷା ପାଇଁ ସର୍ବସ୍ୱ ବଳିଦାନ ଦେଇଥିଲେ ଆମେ ବୀର ଯବାନ । ” ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଆଜି, ପ୍ରତିରକ୍ଷା ଉତ୍ପାଦନ ହେଉ, ପ୍ରତିରକ୍ଷା ରପ୍ତାନି ହେଉ, କିମ୍ବା ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କ ସହିତ ରାଜନୈତିକ ସହଯୋଗ ହେଉ, ଭାରତ ନିରନ୍ତର ନୂତନ ଶିଖରରେ ପହଞ୍ଚିବାରେ ଲାଗିଛି । ମାସ ଆରମ୍ଭରେ, ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠାରେ ବ୍ରହ୍ମୋସ ଏବଂ ଆସ୍ତ୍ର କ୍ଷେପଣାସ୍ତ୍ର ପାଇଁ ଏକ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । କିଛି ଦିନ ତଳେ ଭାରତୀୟ ନୌସେନାରେ ସାମିଲ ହୋଇଛି ଆଇଏନଏସ ମହେନ୍ଦ୍ରଗିରି । ଭାରତର ପ୍ରତିରକ୍ଷା ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ବିଶ୍ୱର ବିଶ୍ୱାସ ବୃଦ୍ଧି ପାଉଛି । “

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ