୨ ପାକିସ୍ତାନୀ କ୍ରିକେଟରଙ୍କ ନାଁରେ ଆଇସିସିରେ ଅଭିଯୋଗ

ନୂଆଦିଲ୍ଲୀ: ପାକିସ୍ତାନ ଖେଳାଳିଙ୍କୁ ମହଙ୍ଗା ପଡିବା ଗନ୍‍ ଫାୟାର ସେଲିବ୍ରେସନ୍‍ । କ୍ରିକେଟ ମଇଦାନରେ ପାକ୍‍ ଖେଳାଳିଙ୍କ ଔଦ୍ଧତ୍ୟ ଆଚରଣ ବିରୋଧରେ ଆଇସିସି ନିକଟରେ ଫେରାଦ ହୋଇଛି ବିସିସିଆଇ । ପାକିସ୍ତାନୀ କ୍ରିକେଟର ହାରିସ୍‍ ରୌଫ୍‍ ଓ ସାହିଦଜାଦା ଫରହାନଙ୍କ ନାଁରେ ଆଇସିସିରେ ଅଭିଯୋଗ କରିଛି ବିସିସିଆଇ । ଏହି ଦୁଇ ଜଣ ଖେଳାଳି ପଡିଆରେ ଭାରତୀୟ ଖେଳାଳିଙ୍କୁ ଉସୁକାଇବା ଭଳି ଆଚରଣ କରିଥିଲେ । ବିସିସିଆଇର ଅଭିଯୋଗ ପରେ ଏଲିଟି ପ୍ୟାନେଲ ନିକଟରେ ହାଜର ହୋଇପାରନ୍ତି ଉଭୟ ଖେଳାଳି ।
୨୦୨୫ ଏସିଆ କପରେ ଦୁଇ ଥର ପାକିସ୍ତାନକୁ ପରାସ୍ତ କରିଛନ୍ତି ଭାରତୀୟ ଦଳ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉଭୟ ମ୍ୟାଚରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ମ୍ୟାଚ୍‍ ପରେ ଟିମ୍‍ ଇଣ୍ଡିଆ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିବାରୁ ପ୍ରଥମ ମ୍ୟାଚ ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ଏପରିକି ପାକିସ୍ତାନ ମ୍ୟାଚ୍‍ ରେଫରି ଆଣ୍ଡ ପାଇକ୍ରଫ୍ଟଙ୍କ ବିରୋଧରେ ଆଇସିସି ନିକଟରେ ଅଭିଯୋଗ କରିଥିଲା, ଯାହାକୁ ଆଇସିସି ଖାରଜ କରି ଦେଇଥିଲା ।
ସୁପର-୪ ମ୍ୟାଚରେ ପାକିସ୍ତାନୀ ଖେଳାଳିମାନେ ଲଜ୍ଜାଜନକ ଆଚରଣ ପ୍ରଦର୍ଶନ କରିଥିଲେ । ଭାରତୀୟ ଖେଳାଳିଙ୍କୁ ଉସୁକାଇବା ସହ ଅର୍ଦ୍ଧଶତକ ହାସଲ ପରେ ପାକ୍‍ ଖେଳାଳି ବ୍ୟାଟ୍‍ କୁ ଏକେ-୪୭ଭଳି ଦେଖାଇ ସେଲିବ୍ରେସନ କରିଥିଲେ । ଯାହା ଭାରତୀୟ ପ୍ରଶଂସକଙ୍କୁ କ୍ରୋଧିତ କରିଥିଲା । ବିସିସିଆଇ ଏବେ ଏସମ୍ପର୍କରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ସୁପର-୪ରେ ଭାରତ ଠାରୁ ପାକିସ୍ତାନ ପରାସ୍ତ ହୋଇଛି ।

  • Related Posts

    ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

    ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…

    Continue reading
    ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮; ଆୟୋଜନ ପାଇଁ ପ୍ରସ୍ତୁତ ଓଡି଼ଶା, କାଉଣ୍ଟଡାଉନ ଆରମ୍ଭ

    ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ