୨-୧ରେ ସିରିଜ କବ୍‌ଜା କଲା ଟିମ ଇଣ୍ଡିଆ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ ୨-୧ରେ ସିରିଜ କବ୍‌ଜା କରିଛି ଟିମ ଇଣ୍ଡିଆ। ୨୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ୬୭ ବଲ ବାକି ଥାଇ ମ୍ୟାଚକୁ ଜିତି ନେଇଛି। ଯଶସ୍ବୀ ଜୟସୱାଲଙ୍କ ଶତକୀୟ ପାଳି ଏବଂ ହିଟମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଦଳରେ ଦଳ ସହଜରେ ଶେଷ ଦିନିକିଆରେ ବିଜୟ ହାସଲ କରିଛି।

ଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭ୍ରମଣକାରୀ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ରନ ସଂଗ୍ରହ କରିଥିଲା। ହେଲେ ଟିମ ଇଣ୍ଡିଆର ଦୁଇ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଳଦୀପ ଯାଦବଙ୍କ ଘାତକ ବୋଲିଂକୁ ସାମ୍ନା କରିପାରି ନ ଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ। ଏକଦା ୧୬୮ ରନରେ ୨ଟି ଉଇକେଟ ହରାଇଥିବା ଏହି ଦଳ ମାତ୍ର ୨୭୦ ରନରେ ଅଲଆଉଟ ହୋଇଯାଇଥିଲା। କୁଇଣ୍ଟନ ଡି’କକ ଏକମାତ୍ର ଖେଳାଳି ଭାବେ ଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ଉଭୟ ପ୍ରସିଦ୍ଧ ଏବଂ କୁଳଦୀପ ୪ଟି ଲେଖାଏ ଉଇକେଟ ନେଇଥିଲେ।
୨୭୧ ରନର ବିଜୟଲକ୍ଷ୍ୟକୁ ପିଛା କରି ଟିମ ଇଣ୍ଡିଆର ଦୁଇ ଓପନର ରୋହିତ ଶର୍ମା ଏବଂ ଜୟସୱାଲ ଧିମା ଆରମ୍ଭ କରିଥିଲେ। କିନ୍ତୁ ୮ ଓଭର ପରେ ଉଭୟ ଖେଳାଳି ହାତ ଖୋଲି ଆକ୍ରମଣାତ୍ମକ ଢଙ୍ଗରେ ଶଟ୍‌ ମାରିଥିଲେ। ପ୍ରଥମ ଉଇକେଟରେ ଏହି ଯୋଡ଼ି ୧୫୫ ରନ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲେ। ପ୍ରଥମ ଉଇକେଟ ଭାବେ ରୋହିତ ୭୫ ରନ କରି ଆଉଟ୍‌ ହୋଇଯାଇଥିଲେ। ଏହା ପରେ କୋହଲି ପଡ଼ିଆକୁ ଆସିଥିଲେ। ଉଭୟେ କୋହଲି ଏବଂ ଜୟସୱାଲ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରି ୩୯.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲେ। ଜୟସୱାଲ ୧୧୧ ବଲରେ ନିଜର ଶତକ ପୂରଣ କରିଥିଲେ। ସେ ମୋଟ ୧୨୧ ବଲ​‌ ଖେଳି ୧୧୬ ରନ କରିଥିଲେ। ସେହିପରି କୋହଲି ପଛରେ ଆସି ଅର୍ଦ୍ଧଶତକ ହାସଲ କରିଥିଲେ।
ଅନ୍ୟପଟେ ଏହି ମ୍ୟାଚରେ ରୋହିତ ଏକ ନୂଆ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ସେ ଅନ୍ତର୍ଜାତୀୟ ମ୍ୟାଚରେ ୨୦ ହଜାର ରନ ପୂରଣ କରିଛନ୍ତି। ୪୩୮ ଇନିଂସରେ ସେ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ଏହି କ୍ଲବରେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାଭିଡ ଏବଂ ବିରାଟ କୋହଲି ରହିଛନ୍ତି। ୪ର୍ଥ ଭାରତୀୟ ଭାବେ ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ