୨୦୦ କୋଟି ବ୍ୟୟରେ ବିଏମସି ଅଂଚଳରେ ହେବ ସାମୟିକ ସହରୀ ବନ୍ୟା ନିୟନ୍ତ୍ରଣ କାର୍ୟ୍ୟକ୍ରମ

ଭୁବନେଶ୍ୱର:୨୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅଂଚଳରେ ହେବ ସାମୟିକ ସହରୀ ବନ୍ୟା ନିୟନ୍ତ୍ରଣ କାର୍ୟ୍ୟକ୍ରମ । ବିଏମ୍ ସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ନିର୍ଦେଶ କ୍ରମେ ଆଜି ବିଏମ୍ ସି ପକ୍ଷରୁ ସିଟି ଇଂଜିନିୟର ଶ୍ରୀ ବିଳାସ କୁମାର ବେହେରା ଏବଂ ମାର୍ସ ପ୍ଲାନିଂ ଆଣ୍ଡ ଇଂଜିନିୟରିଂ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଭାଇସ୍-ପ୍ରେସିଡେଣ୍ଟ ନିହାର ରଂଜନ ପାଢୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଅଛି । ଅତି ପ୍ରବଳ ବର୍ଷା ସମୟରେ ବିଏମ୍ ସି ଅଂଚଳର କେତେକ ସ୍ଥାନରେ ସାମୂହିକ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥାଏ । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ତେଣୁ ଏହାର ଦୀର୍ଘକାଳୀନ ପ୍ରତିକାର ନିମନ୍ତେ ବନ୍ୟା ବିପତ୍ତି ପରିଚାଳନା କାର୍ୟ୍ୟକ୍ରମ ପାଣ୍ଠିରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ୨୦୦ କୋଟି ଟଙ୍କା ଯୋଗାଇଦେବେ। ଏହି ସାମୂଦାୟିକ ସହରୀ ବନ୍ୟା ନିୟନ୍ତ୍ରଣ କାର୍ୟ୍ୟ ପାଇଁ ବିସ୍ତୃତ ଯୋଜନା ଏବଂ ସୁପର ଭିଜନ କାମ କରିବ ମାର୍ସ ପ୍ଲାନିଂ ଆଣ୍ଡ ଇଂଜିନିୟରିଂ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍ । ୧୮ ମାସ ମଧ୍ୟରେ ଏହି ପ୍ରକଳ୍ପ କାମ ଶେଷ କରିବା ପାଇଁ ସମୟ ଧାର୍ୟ୍ୟ କରାଯାଇଛି । ଆଗକୁ ବର୍ଷା ଦିନ ଆସୁଥିବାରୁ ତୁରନ୍ତ କାର୍ୟ୍ୟ ଆରମ୍ଭ କରିବା ପାଇଁ ସିଟି ଇଂଜିନିୟର ସଂପୃକ୍ତ ସଂସ୍ଥାର ଭାଇସ୍ ପ୍ରେସିଡେଣ୍ଟ ଏବଂ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଭୁବନେଶ୍ୱରର ଇସ୍କନ-ବେହେରା ସାହି, ବମିଖାଲ, ରୁଦ୍ରପୁର, ଏମ୍ସ ଆଦି ୧୩ ଗୋଟି ପ୍ରକଳ୍ପର ବିସ୍ତୃତ ରିପୋର୍ଟ ସହ ସୁପରଭିଜନ କାର୍ୟ୍ୟ କରିବ ମାର୍ସ ପ୍ଲାନିଂ ଆଣ୍ଡ ଇଂଜିନିୟରିଂ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍ ।
ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଏମ୍ ସିର କାର୍ୟ୍ୟନିର୍ବାହୀ ଅଧିକାରୀ (ଡ୍ରେନେଜ୍ ଡିଭିଜନ) ପ୍ରୀୟବ୍ରତ ବେହେରା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ମାର୍ସ ପ୍ଲାନିଂ ଆଣ୍ଡ ଇଂଜିନିୟରିଂ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡର ସହଯୋଗୀ ଭାଇସ୍-ପ୍ରେସିଡେଣ୍ଟ ମଳୟ କୁମାର ପଟ୍ଟନାୟକ ଓ ତାଙ୍କ ଟିମ୍ ଉପସ୍ଥିତ ଥିଲେ । ବର୍ଷା ଦିନେ ସୃଷ୍ଟି ହେଉଥିବା ଜଳବନ୍ଦୀର ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏସଆରସି ପାଣ୍ଠି ଏବଂ ବନ୍ୟା ବିପତ୍ତି ପରିଚାଳନା କାର୍ୟ୍ୟକ୍ରମ ପାଣ୍ଠିରୁ ଏହି ୨୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ