୩ ରାଜ୍ୟରେ ବଦଳିବ ସରକାର!

ପରିବର୍ତ୍ତନର ହାୱା ମଧ୍ୟରେ ଆସାମ ଓ ପୁଡୁଚେରୀରେ ସରକାର ବଦଳିବାର ସମ୍ଭାବନା ନାହିଁ। ଏହି ଦୁଇ ସ୍ଥାନକୁ ଛାଡ଼ି ଦେଲେ ଏପ୍ରିଲ ମାସରେ ହୋଇଥିବା ବାକି ୩ ରାଜ୍ୟରେ ସରକାର ବଦଳିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମସିକୁ ବିଜେପି ୧୫ ବର୍ଷ ପରେ ଶାସନ ଗାଦିରୁ ହଟାଇବା ପ୍ରାରମ୍ଭିକ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି। ବିଜେପି ରାଜ୍ୟର ୨୯୩ଟି ଆସନରୁ ୧୮୭ଟିରେ ଲିଡ କରୁଥିବା ବେଳେ ଟିଏମସି ୧୦୦ଟିରେ ଆଗରେ ରହିଛି। ତେଣୁ ବେଙ୍ଗଲରେ ବିଜେପି ସରକାର ଗଠନ କରିପାରେ।

ତାମିଲନାଡୁରେ ଡିଏମସି କ୍ରମାଗତ ଦ୍ୱିତୀୟ ଥର ପାଇଁ ଜିତିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ଅଭିନେତାରୁ ନେତା ବନିଥିବା ଥାଲାପତି ବିଜୟ ସବୁ କିଛି ଓଲଟପାଲଟ କରି ଦେଇଛନ୍ତି। ଡେବ୍ୟୁରେ ବିଜୟ ୧୦୦ରୁ ଅଧିକ ଆସନ ଜିତିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ଏମକେ ଷ୍ଟାଲିନଙ୍କ ଡିଏମକେ ସିଧା ତୃତୀୟ ସ୍ଥାନକୁ ଖସି ଆସିଛି।

ଏଆଇଏଡିଏମକେ ଦ୍ୱିତୀୟରେ ରହିଛି। ଡିଏମକେ ୫୭ଟି ଆସନରେ ଲିଡ କରୁଥିବା ବେଳେ ବିଜୟଙ୍କ ଟିଭିକେ ୧୦୫ଟି ଓ ଏଆଇଏଡିଏମକେ ୭୨ଟି ଆସନରେ ଆଗରେ ରହିଛି। ଏଠାରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହେଉଛି ୧୧୮।

କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏମ ୧୦ ବର୍ଷ ପରେ କ୍ଷମତାକୁ ଫେରିବ। କେରଳରେ ୧୦ ବର୍ଷ ହେଲା ପିନରାୟୀ ବିଜୟନଙ୍କ ଏଲଡିଏଫ ସରକାରରେ ରହିଥିଲା। ଏଥର ଏଲଡିଏଫ ଶାସନରୁ ହଟିବାର ଆଶଙ୍କା ରହିଛି। ରାଜ୍ୟର ୧୪୦ଟି ବିଧାନସଭା ଆସନରୁ ଏଲଡିଏଫ କେବଳ ୪୦ଟି ଆସନରେ ଲିଡ କରୁଥିବା ବେଳେ ୟୁଡିଏଫ ୯୩ଟି, ବିଜେପି ୩ଟି ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗରେ ରହିଛନ୍ତି। ତେଣୁ ଏଠାରେ ମଧ୍ୟ ସରକାର ବଦଳିବ।
ଏହି ୩ ରାଜ୍ୟରେ ସରକାର ବଦଳିବାର ସଙ୍କେତ ମିଳିଥିବା ବେଳେ ଆସାମରେ ବିଜେପି ମେଣ୍ଟର ଦବଦବା ଜାରି ରହିଛି। କ୍ରମାଗତ ତୃତୀୟ ଥର ପାଇଁ ଆସାମରେ ବିଜେପି ରେକର୍ଡ ୧୦୦ରୁ ଅଧିକୁ ଆସନ ଜିତିପାରେ। ରାଜ୍ୟର ୧୨୬ ବିଧାନସଭା ଆସନରୁ ବିଜେପି ୯୮ଟି, କଂଗ୍ରେସ ୨୬ଟି ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଲିଡ କରୁଛନ୍ତି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୬୪। କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ମଧ୍ୟ ବିଜେପି ନେତୃତ୍ୱାଧୀନ ଏନଆରସି ସରକାର ବଜାୟୀ ରଖିବ। ବିଧାନସଭାର ୩୦ଟି ଆସନରୁ ୨୯ଟିରେ ଭୋଟିଂ ହୋଇଥିଲା। ଏହା ମଧ୍ୟରୁ ବିଜେପି ମେଣ୍ଟ ୧୫ଟିରେ ଲିଡ କରୁଥିବେ ବେଳେ କଂଗ୍ରେସ ୧୧ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଲିଡ କରୁଛନ୍ତି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୬।

  • Related Posts

    ବିଜୟ ହାରୁଛନ୍ତି ଶୁଣି ନିଜ ଗଳା କାଟିଲେ ଫ୍ୟାନ୍

    ଚେନ୍ନାଇ: ତାମିଲନାଡ଼ୁ ରାଜନୀତି ଓ ସିନେମା ଜଗତର ସମ୍ପର୍କ ଅତି ନିବିଡ଼, କିନ୍ତୁ କେତେବେଳେ ଏହି ଅନ୍ଧଭକ୍ତି ଜଣକର ଜୀବନ ନେଇପାରେ ତାହା କେହି କଳ୍ପନା କରିନଥିଲେ । ସୁପରଷ୍ଟାର୍ ଥାଲାପତି ବିଜୟଙ୍କୁ ନେଇ ଉଠିଥିବା ଏକ ଗୁଜବ ଯୋଗୁଁ ଜଣେ…

    Continue reading
    ପଶ୍ଚିମବଙ୍ଗ:ମ୍ୟାଜିକ୍ ନମ୍ବର ପାର କରିଛି ଭାରତୀୟ ଜନତା ପାର୍ଟି

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବଡ଼ ପରିବର୍ତ୍ତନ । ହଟିବେ ‘ଦିଦି’ ଫୁଟିବ ପଦ୍ମ ! ପଶ୍ଚିମବଙ୍ଗରେ ବିଜେପିର ବମ୍ ବମ୍ । ମମତା ବନାର୍ଜୀଙ୍କ ଗଡ଼ରେ ବିଜେପିର ଦମଦାର ପ୍ରଦର୍ଶନ । ବଙ୍ଗରେ ଲିଡ୍ କରୁଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ