୪କେଜି ଓଜନର ହାତୀ ଦାନ୍ତ ଉଦ୍ଧାର

ଢେଙ୍କାନାଳ : ଟ୍ରାକ୍ଟର ସହ ଲଢେଇ କରି ଭାଙ୍ଗିଲା ଦନ୍ତା ହାତୀର ଦାନ୍ତ । ୨୦ଦିନ ପରେ ଭଙ୍ଗା ଦାନ୍ତ ଉଦ୍ଧାର କଲା ବନ ବିଭାଗ । ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନ ଅଞ୍ଚଳରୁ ଏକ ୩କେଜିରୁ ୪କେଜି ଓଜନର ହାତୀ ଦାନ୍ତକୁ ବନ ବିଭାଗ ଉଦ୍ଧାର କରିଛି । ଦାନ୍ତ ପାଇ ରଖିଥିବା ଗୁଳୁଗୁଣ୍ଡି ଗାଁର ଜଣେ ବ୍ୟକ୍ତିଙ୍କଠାରୁ ବନ ବିଭାଗ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ, ଗତ ମାସ ୧୦ତାରିଖ ଭୋର ସମୟରେ ଏକ ଦନ୍ତା ହାତୀ ଗୁଳୁଗୁଣ୍ଡି ଗ୍ରାମରେ ପ୍ରକାଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା। ପ୍ରକାଶ ଦୌଡ଼ି ଯାଇ ଏକ ଟ୍ରାକ୍ଟର ତଳକୁ ପଳାଇ ଯାଇଥିଲେ । ହାତୀଟି ରାଗରେ ଟ୍ରାକ୍ଟରକୁ ଭଙ୍ଗାରୁଜା କରିଥିଲା । ଏହି ସମୟରେ ଦନ୍ତା ହାତୀର ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିଲା। ମାତ୍ର ଏହାକୁ ହିନ୍ଦୋଳ ବନକର୍ମଚାରିମାନେ ଗୁରୁତ୍ୱ ଦେଇନଥିଲେ। କିଛି ଦିନ ପରେ ସେ ଦାନ୍ତଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଜଙ୍ଗଲରେ ଗଳି ପଡିଥିଲା । ତାହାକୁ ଉକ୍ତ ଗାଁର ଜଣେ ପାଇ ରଖିଥିଲେ । ଆଜି ବିଶେଷ ସୂତ୍ରରୁ ଖବରପାଇ ଦାନ୍ତକୁ ଉଦ୍ଧାର କରାଯାଇଛି । ଓଜନ ପରେ କେତେ ଓଜନର ତାହା ସ୍ପଷ୍ଟ ହେବ । ଜିଲ୍ଲା ଟ୍ରେଜେରୀରେ ରଖାଯିବ ବୋଲି ଡିଏଫଓ ସୁମିତ କର କହିଛନ୍ତି ।

  • Related Posts

    ଲଗାଣ ବ‌ର୍ଷାରେ ଅସୁରଖୋଳ ରାସ୍ତାରେ ବୋହୁଛି ପାଣି

    ଦେବଗଡ଼:ଦେବଗଡ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ତିଲେଇବଣି ବ୍ଲକର ଅସୁରଖୋଳ ଗ୍ରାମରେ ଥିବା ପୋଲରେ ପାହାଡି ନାଳର ପାଣି ବୋହିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଉକ୍ତ ଗ୍ରାମରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ସେହି ରାସ୍ତା ସେମାନଙ୍କର…

    Continue reading
    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ