୫୬ ବର୍ଷରେ ପାଦ ଥାପିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ; କଂଗ୍ରେସ ନେତା ଲୋକସଭା ସାଂସଦ ରାହୁଲ ଗାନ୍ଧୀଙ୍କର ଆଜି ଜନ୍ମଦିନ । ୫୬ ବର୍ଷରେ ପଦାର୍ପଣ କରିଛନ୍ତି ରାହୁଲ ଗାନ୍ଧୀ । ଏହି ଅବସରରେ କଂଗ୍ରେସ ଅନେକ କାର୍ଯ୍ୟକ୍ରମ ଆୟୋଜନ କରୁଛି । ରାହୁଲ ଗାନ୍ଧୀଙ୍କ ଜନ୍ମ ୧୯ ଜୁନ୍ ୧୯୭୦ରେ ଦିଲ୍ଲୀର ହୋଲି ଫ୍ୟାମିଲି ହସ୍ପିଟାଲରେ ହୋଇଥିଲା । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ କଂଗ୍ରେସ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କ ପୁଅ । ଅନେକ କଂଗ୍ରେସ ନେତା ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ସାମ୍ବିଧାନିକ ମୂଲ୍ୟବୋଧ ଏବଂ ସମାଜର ଅବହେଳିତ ବର୍ଗ ପାଇଁ ତାଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ।

ଏକ୍ସ-ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, “ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା । ମୁଁ ତାଙ୍କ ସୁସ୍ଥତା ଏବଂ ଦୀର୍ଘ ଜୀବନ କାମନା କରୁଛି । ”
ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, “ସମ୍ବିଧାନର ଆଦର୍ଶ ପ୍ରତି ଆପଣଙ୍କର ଅଟଳ ପ୍ରତିବଦ୍ଧତା ଏବଂ ଲୋକଙ୍କ ସ୍ୱର ପାଇଁ ଆପଣଙ୍କର ନିର୍ଭୀକ ଲଢ଼େଇ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଛି । କଂଗ୍ରେସ ଦଳର ସାମାଜିକ ନ୍ୟାୟ, ସଦ୍ଭାବ ଏବଂ କରୁଣାର ପରମ୍ପରା ଆପଣଙ୍କ ସାର୍ବଜନୀନ ଜୀବନ ଏବଂ ନେତୃତ୍ୱରୁ ପ୍ରତିଫଳିତ ହୁଏ । ଲୋକଙ୍କ ସହିତ ନିରନ୍ତର ସମ୍ପର୍କ ଏବଂ କ୍ଷମତା ଆଗରେ ସତ୍ୟ କହିବାର ସାହସ ମାଧ୍ୟମରେ, ଆପଣ ସର୍ବଦା ସବୁଠାରୁ ଦୁର୍ବଳ ଏବଂ ଅବହେଳିତଙ୍କ ସ୍ୱାର୍ଥକୁ ସମର୍ଥନ କରିଆସିଛନ୍ତି । ଭଗବାନ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଖୁସି, ଶକ୍ତି ଏବଂ ରାଷ୍ଟ୍ର ସେବାରେ ଦୀର୍ଘ ଜୀବନ ପ୍ରଦାନ କରନ୍ତୁ ।

  • Related Posts

    supremem court on property ସମ୍ପତ୍ତି ମାଲିକାନାର ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ

    ନୂଆଦିଲ୍ଲୀ : ମ୍ୟୁଟେସନ ପ୍ରକ୍ରିୟାରେ ଜମିବାଡି ବା ସମ୍ପତ୍ତିର ରାଜସ୍ବ ରେକର୍ଡରେ ନାମ ପରବର୍ତ୍ତନ କରିବା ଦ୍ବାରା ଜଣଙ୍କର ମାଲିକାନାସ୍ବତ୍ବ ଲୋପ ହୁଏ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସେହିପରି ମ୍ୟୁଟେସନ ଦ୍ବାରା ଜଣେ ଅନ୍ୟ ଜଣଙ୍କର…

    Continue reading
    jayasanker meet putin ପୁଟିନଙ୍କୁ ଭେଟିଲେ ଜୟଶଙ୍କର

    ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଖୁବଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି। ଆସନ୍ତା ୧୨-୧୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସେ ସାମିଲ ହୋଇପାରନ୍ତିି। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ମସ୍କୋରେ ପୁଟିନଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ