୭ଦିନରେ ଚମକିବ ତ୍ୱଚା, ଖାଆନ୍ତୁ ଏହି ୫ଟି ଖାଦ୍ୟ

ଆପଣଙ୍କ ତ୍ୱଚା ଶୁଖିଲା ଏବଂ ଭାଙ୍ଗ ପଡିବାରୁ ଅଧିକ ବୟସ୍କ ଲାଗୁଛନ୍ତି କି? ଡାକ୍ତରଙ୍କ ପରାମର୍ଶ ନେଇ ଅନେକ ଗୁଡିଏ କସମେଟିକ ପ୍ରଡକ୍ଟ ବ୍ୟବହାର କରି ମଧ୍ୟ ସୁଫଳ ମିଳିନାହିଁ କି? ଯଦି ହଁ ତେବେ ଏଥିପାଇଁ କିଛି ପ୍ରାକୃତିକ ଭିଟାମିନ୍‍ ଯୁକ୍ତ ଖାଦ୍ୟ ଖାଇବାକୁ ପଡିବ। ଯାହା ଦ୍ୱାରା ଆପଣ ସବୁବେଳେ ଫ୍ରେସ ଏବଂ ସ୍କିନ୍‍ ଗ୍ଲୋ କରୁଥିବା ଭଳି ଦେଖାଯିବେ। ଏହି ୫ଟି ପ୍ରାକୃତିକ ଖାଦ୍ୟ ପ୍ରତି ଆପଣ ଯଦି ଧ୍ୟାନ ଦେବେ ତେବେ ଉଜ୍ଜ୍ୱଳ ଏବଂ ସୁସ୍ଥ ଚର୍ମ ପାଇପାରିବେ। ଏହି ସବୁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ, ଲାଇକୋପିନ୍‍, ଭିଟାମିନ୍‍-ଇ ଇତ୍ୟାଦି ରହିଥାଏ। ଯାହା ଆପଣଙ୍କ ତ୍ୱଚାର ସୌନ୍ଦର୍ୟ୍ୟକୁ ବଢାଇଥାଏ।

୧ ଲାଇକୋପିନ୍‍ ଯୁକ୍ତ ଭରପୂର ଖାଦ୍ୟ ଖାଆନ୍ତୁ: ବିଶେଷଜ୍ଞଙ୍କ ମତରେ ସୁସ୍ଥ ଏବଂ ଚମକୁଥିବା ତ୍ୱଚା ପାଇବା ପାଇଁ ଆପଣଙ୍କୁ ଲାଇକୋପିନ୍ ଭରପୂର ଖାଦ୍ୟ ଖାଇବା ଉଚିତ୍ । ଏହା ଏକ ଆଣ୍ଟିଅକ୍ସିଡାଣ୍ଟ, ଯାହା ଚର୍ମ ପାଇଁ ଅଙ୍ଗରକ୍ଷୀ ଭାବରେ କାର୍ୟ୍ୟ କରିଥାଏ। ଲାଇକୋପିନ୍ ପାଇଁ ଟମାଟୋ, ତରଭୁଜ ଏବଂ ଅମୃତଭଣ୍ଡା ପ୍ରଚୁର ପରିମାଣରେ ଖାଆନ୍ତୁ । ଲାଇକୋପିନ୍ ସୂର୍ୟ୍ୟକିରଣର ସମସ୍ୟାକୁ ୪୦ ପ୍ରତିଶତ ହ୍ରାସ କରିଥାଏ ।

୨ ଆଇସୋଫ୍ଲୋଭୋନ୍ସ: ଏହା ଏକ ଉଦ୍ଭିଦ ଇଷ୍ଟ୍ରୋଜେନ। ଯାହା ଆପଣଙ୍କ ତ୍ୱଚାକୁ ଅନେକ ଉପାୟରେ ସୁସ୍ଥ ରଖେ। ଏଥିପାଇଁ ଆପଣ ସୋୟା କ୍ଷୀର, ଟୋଫୁ ଏବଂ ଲେଟୁସ୍‍ ଖାଇବା ଅତ୍ୟନ୍ତ ଜରୁରୀ। ପରୀକ୍ଷଣ ଅନୁଯାୟୀ ଆଇସୋଫ୍ଲୋଭୋନ୍‍ ଚର୍ମକୁ ଉନ୍ନତ କରିଥାଏ, ଏହା ସହ ସୂକ୍ଷ୍ମ ରେଖା ସୃଷ୍ଟି ହେବା ସମସ୍ୟାକୁ ଦୂର କରିଥାଏ।

୩ ଭିଟାମିନ୍‍-ସି: ଭିଟାମିନ୍‍-ସି ଭରପୂର ଖାଇବା ଦ୍ୱାରା ଶରୀରେ କେବଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇନଥାଏ ବରଂ ଚର୍ମକୁ ସୁସ୍ଥ ରଖିବାରେ ସାହାର୍ୟ୍ୟ କରେ। ଏହା ଚର୍ମକୁ ଏକ ଉଜ୍ଜ୍ୱଳ ଏବଂ କୋମଳଯୁକ୍ତ କରିଥାଏ। ଭିଟାମିନ୍‍-ସି ରେ ଅଁଳା ପ୍ରମୁଖ। ଏହାସହିତ ହଳଦିଆ ଏବଂ ନାଲି କ୍ୟାପସିକମ୍‍ ଖାଇବାକୁ ଭୁଲନ୍ତୁ ନାହିଁ। ପ୍ରତିଦିନ ଭିଟାମିନ୍‍-ସି ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କୋଲାଜେନ୍‍ ଉତ୍ପାଦନ ବୃଦ୍ଧି ପାଇଥାଏ। ଏହି ସମସ୍ତ ଖାଦ୍ୟ ଚର୍ମକୁ କୋମଳ କରିବା ସହ ଶକ୍ତି ଯୋଗାଇଥାଏ।

୪ ଓମେଗା-୩: ଓମେଗା ୩ ଖାଦ୍ୟ ଚର୍ମକୁ ଚିକ୍କଣ କରିଥାଏ। ଫ୍ୟାଟି ଏସିଡ ଭରପୂର ଖାଦ୍ୟ ଖାଇବା ଦ୍ୱାରା ଚର୍ମ ଚିକ୍କଣ ଏବଂ ପରିସ୍କାର ଦେଖାଯାଏ। ଏଥିପାଇଁ ଆପଣ ପ୍ରତିଦିନ ଅଳସୀ ମଞ୍ଜି, ଚିଆ ସିଡ୍‍ ଖାଇ ପାରିବେ। ଓମେଗା-୩ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମୁହଁରେ ବ୍ରଣ ଭଲ ହୋଇଥାଏ ।

୫ ଭିଟାମିନ୍‍-ଇ : ତ୍ୱଚା ପାଇଁ ଭିଟାମିନ୍‍-ଇ ଅତ୍ୟନ୍ତ ଜରୁରୀ। ଏହା ତ୍ୱଚାକୁ ରକ୍ଷା କରୁଥିବା ଆଣ୍ଟିଅକ୍ସିଡାଣ୍ଟ। ଯାହା ତ୍ୱଚାରେ ହାଇଡ୍ରେସନକୁ ଅଟକାଇଥାଏ। ଏଥିପାଇଁ ଆପଣ ସୂର୍ୟ୍ୟମୁଖୀ ଫୁଲର ମଞ୍ଜି, ବାଦାମ, ପାଳଙ୍ଗ ଇତ୍ୟାଦି ଖାଇପାରିବେ। ତ୍ୱଚାରେ ଭିଟାମିନ୍‍-ଇ ଯୁକ୍ତ କ୍ୟାପସୁଲ ତେଲ ଲଗାଇବା ଦ୍ୱାରା ସୂର୍ୟ୍ୟ କିରଣ ରୁ ହେଉଥିବା ଟ୍ୟାନ୍‍ ରୁ ସ୍କିନ୍‍ କୁ ରକ୍ଷା କରିଥାଏ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ