୯ ପୁଲିସ୍‌ କର୍ମଚାରୀଙ୍କୁ ମିଳିଲା ଫାଶୀ ଦଣ୍ଡ

ତାମିଲନାଡୁର ମଦୁରାଇ ଜିଲ୍ଲାର ଗୋଟିଏ କୋର୍ଟ ଆଜି ଐତିହାସିକ ରାୟ ଦେଇଛନ୍ତି। ବାପ-ପୁଅଙ୍କୁ ହାଜତରେ ପିଟିପିଟି ମାରିବା ଘଟଣାରେ ତାମିଲନାଡୁର ୯ ଜଣ ପୁଲିସ୍‌ କର୍ମଚାରୀଙ୍କୁ କୋର୍ଟ ଆଜି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।୬ ବର୍ଷ ତଳେ ବ୍ୟବସାୟୀ ପି ଜୟରାଜ ଓ ପୁଅ ଜେ ବେନିକ୍ସଙ୍କ ମୃତ୍ୟୁ ପୁଲିସ୍‌ ହେପାଜତରେ ହୋଇଥିଲା। ୨୦୨୦ରେ ଘଟିଥିବା ଏହି ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏବେ ମଦୁରାଇ କୋର୍ଟ ୯ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହି ହାଜତ ମୃତ୍ୟୁ ଘଟଣା ୨୦୨୦ ମସିହା ଜୁନ ୧୯ର। ୨୦୨୦ ମସିହା କୋଭିଡ-୧୯ ଲକଡାଉନ ସମୟରେ ପି. ଜୟରାଜ (୫୮) ଓ ତାଙ୍କ ପୁଅ ଜେ ବେନିକ୍ସ (୩୧) ପୁଲିସ ହେପାଜତରେ ପ୍ରାଣ ହରାଇଥିଲେ। ଜୟରାଜ ଓ ବେନିକ୍ସ ଗୋଟିଏ ମୋବାଇଲ ଦୋକାନ ଚଳାଇଥିଲେ। କିନ୍ତୁ ଲକଡାଉନ ନିୟମ ଉଲ୍ଲଂଘନ କରି ଧାର୍ଯ୍ୟ ସମୟ ବାହାରେ ସେମାନେ ଦୋକାନ ଖୋଲି ଥିବାରୁ ପୁଲିସ୍‌ ସେମାନଙ୍କୁ ଉଠାଇ ନେଇଥିଲା।ଉଠାଇ ନେବା ପରେ ବାପ-ପୁଅଙ୍କୁ ସାଥାନକୁଲମ ପୁଲିସ ଷ୍ଟେସନରେ ପ୍ରାୟ ୭ ଘଣ୍ଟା ଧରି ଭୟଙ୍କର ମାଡ଼ ମରାଯାଇଥିଲା। ସେମାନଙ୍କୁ ଥାନାରେ ଅକଥନୀୟ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଶେଷରେ ବାପ-ପୁଅଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ମୋଟ ୧୦ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ପ୍ରଥମେ ଘଟଣାର ତଦନ୍ତ ରାଜ୍ୟର ସିବି-ସିଆଇଡି କରିଥିଲା। କିନ୍ତୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଥିଲା। ସିବିଆଇ ତଦନ୍ତ ସମୟରେ ୧୦ ଜଣ ପୁଲିସ୍‌ କର୍ମଚାରୀ ଗିରଫ ହୋଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ଇନସପେକ୍ଟର, ୨ ଜଣ ସବ ଇନସପେକ୍ଟର ଓ ବାକି ୭ ଜଣ କନଷ୍ଟେବଲ ରହିଥିଲେ।କିନ୍ତୁ ଜଣେ ତଦନ୍ତ ସମୟରେ କରୋନା ଯୋଗୁ ଆଖି ବୁଜିଥିଲେ। ଏବେ ମଦୁରାଇର ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ଏହି ଘଟଣାକୁ “ବିରଳରୁ ଅତି ବିରଳ” ମାମଲା ଭାବେ ଗ୍ରହଣ କରି ସମସ୍ତ ୯ ଜଣ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଦେଇଛନ୍ତି।

  • Related Posts

    ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

    ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ତାଙ୍କ ସ୍ମାରକୀ ‘ସଦୈବ ଅଟଳ’…

    Continue reading
    ଇଣ୍ଡୋନେସିଆ ଭୂମିକମ୍ପ : ମୃତ୍ୟୁ ସଂଖ୍ୟା ୫୭ ଛୁଇଁଲା

    ଜାକର୍ତ୍ତା: ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ ହୋଇଛି। ଏହା ସହିତ ଭୂମିକମ୍ପ ପରେ ପରେ ୩୪୧ ଥର ଝଟକା ଅନୁଭୂତ ହୋଇଛି। ଏହା ସୂଚିତ କରୁଛି ଯେ, ଆଗାମି ଦିନରେ ପୁଣି ଭୂମିକମ୍ପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ