ଅକଳରେ ଅମରେଶ ଜେନା, କାହିଁକି ଜାଣନ୍ତୁ

ଭୁବନେଶ୍ୱର ଭୁବନେଶ୍ୱରର ବିଜେଡି କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କ ନାଁରେ ଆସିଛି ଦୁଷ୍କର୍ମ ଓ ଭୃଣ ହତ୍ୟାର ଅଭିଯୋଗ । ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ଥାନା ଗତକାଲି ଏକ ମାମଲା ରୁଜୁ କରିଥିବାବେଳେ ଆଜି ତାଙ୍କର ଡାକ୍ତରୀ ମାଇନା କରିଛି । ମାତ୍ର ଅଭିଯୋଗର ୨୪ଘଣ୍ଟା ବିତିଯିବା ପରେ ମଧ୍ୟ ସମ୍ପୃକ୍ତ ପ୍ରଭାବଶାଳୀ କର୍ପୋରେଟରଙ୍କୁ ଛୁଇଁବାକୁ ବି ସାହାସ ଜୁଟାଇ ପାରିନାହିଁ ।ଯଦିଓ ଜଣେ ଯୁବତୀଙ୍କ ଦ୍ୱାରା ୪ମାସ ପୁରୁଣା ଏକ ଘଟଣାରେ ଅଭିଯୋଗ ହେଉହେଉ ରାତିଅଧିଆ ଛାତ୍ର କଂଗ୍ରେସର ସଭାପତି ଉଦିତ୍ ପ୍ରଧାନଙ୍କୁ ଗିରଫ କରିଥିବା କମିଶନରେଟ ପୁଲିସ ଏବେ କାହା ଚାପରେ ଚେପା ହୋଇଛି ତାକୁ ନେଇ ପ୍ରଶ୍ନ ଉଠିଛି ।ଜଣେ ୧୯ବର୍ଷୀୟା ଯୁବତୀ ଗତକାଲି(ଜୁଲାଇ ୨୩ତାରିଖ)ରେ ଲକ୍ଷ୍ମୀସାଗର ଥାନାରେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିରୁଦ୍ଧରେ ପ୍ରେମ,ପ୍ରତାରଣା, ଦୁଷ୍କର୍ମ ଓ ଭୃଣ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ ଘର ମଧ୍ୟ ଲକ୍ଷ୍ମୀସାଗର ଥାନା ଅଂଚଳରେ । ୨୦୨୩ ସେପ୍ଟେମ୍ବର ମାସରେ ସମ୍ପୃକ୍ତା ଯୁବତୀଙ୍କ ସହ ପୁରୀରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି ।ଅମରେଶ ତାଙ୍କ ସହ ପ୍ରଥମଥର ପାଇଁ ଶାରୀରିକ ସମ୍ପର୍କ ରଖିବାବେଳେ ତାଙ୍କର ବୟସ ମାତ୍ର ୧୭ବର୍ଷ ଥିଲା ବୋଲି ଯୁବତୀଜଣକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତେବେ ଚଳିତବର୍ଷ ଏପ୍ରିଲ ମାସଠୁ ସେ ତାଙ୍କୁ ଦୂରେଇବା ସହ ମାଡ଼ ମାରି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବାର ଅଭିଯୋଗ କରିଛନ୍ତି । ଆଉ ଯୁବତୀଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ପୁଲିସ ଗତକାଲି ଭାରତୀୟ ନ୍ୟାୟ ସଂହିତାର ଧାରା ୬୪(୨)ଏମ), ୮୯, ୨୯୬, ୩୫୧(୨), ଓ ପେକସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଛି ।ଏହାସହିତ ଆଜି(ଜୁଲାଇ ୨୪)ରେ ଯୁବତୀଙ୍କୁ ଡାକ୍ତରୀ ମାଇନା କରିବା ସହ ଭାରତୀୟ ନ୍ୟାୟ ସଂହିତାର ଧାରା-୧୮୩ରେ ତାଙ୍କର ବୟାନ ରେକର୍ଡ କରିଥିବା ଜଣାପଡ଼ିଛି ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ