ଅଗଷ୍ଟ ୧୫ ତାରିଖ ସୁଦ୍ଧା ଦାରା ସିଂଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଜେଲରୁ ମକୁଳିବେ ଦାରା ସିଂ । ୨୬ ବର୍ଷ ପରେ କାରାଗାରରୁ ବାହାରିବେ ଦାରା ସିଂହ ଓରଫ ରବୀନ୍ଦ୍ର କୁମାର ପାଲ୍। ଅଗଷ୍ଟ ୧୫ ସୁଦ୍ଧା ତାଙ୍କୁ ଜେଲରୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଯଦି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରାଯାଏ ତେବେ ୧୯ ତାରିଖରେ ପୁଣି ଥରେ ଶୁଣାଣି ହେବ । ସୂଚନା ଅନୁଯାୟୀ, ୨୦୨୬ ମସିହା ଜୁଲାଇ ୬ ତାରିଖରେ ଷ୍ଟେଟ ରିଭ୍ୟୁ ବୋର୍ଡରେ କଏଦୀଙ୍କୁ ଛାଡ଼ିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ନେଇ ଦାରା ସେନା ପକ୍ଷରୁ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଦାରା ସେନା ପକ୍ଷରୁ ପକ୍ଷ ରଖିଥିଲେ ଆଇନଜୀବନ ଏପି ସିଂହ । ସମସ୍ତ ପକ୍ଷକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ଦାରା ସିଂହ ଓରଫ ରବୀନ୍ଦ୍ର କୁମାର ପାଲଙ୍କୁ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହା ମାମଲରେ କିଛି ଟେକ୍ନିକାଲ ପଏଣ୍ଟ ରହିଥିବାରୁ ସମସ୍ୟା ସୃଷ୍ଟି ହେଉଛି । ଯେହେତୁ ଦାରା ସିଂହ ଉତ୍ତର ପ୍ରଦେଶର ବାସିନ୍ଦା ତେଣୁ ଭେରିଫିକେସନ ପାଇଁ ଅସୁବିଧା ରହିଛି । ଯଦି ଅଗଷ୍ଟ ୧୫ ସୁଦ୍ଧା ନ ଛାଡ଼ନ୍ତି, ତାହେଲେ ଅଗଷ୍ଟ୧୯ରେ ପୁଣି ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ସେପଟେ ଦାରା ସିଂହଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ମିଳିବା ପରେ ଦାରା ସେନା ପକ୍ଷରୁ ସୁପ୍ରିମକୋର୍ଟ, ଓକିଲ ଏପି ସିଂହ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଜାଳିଦେବା ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୨୬ ବର୍ଷ ହେଲା ଦାରା ସିଂହ ଜେଲରେ ସଜା କାଟୁଛନ୍ତି ଦାରା ସିଂ ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ