ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ୍

ନୂଆଦିଲ୍ଲୀ: ଦୀର୍ଘ 26 ଦିନ ପରେ ସାମାଜିକ କର୍ମୀ ଓ ପରିବେଶବିତ୍ ସୋନମ ୱାଙ୍ଗଚୁକ ଅନଶନ ଭାଙ୍ଗିଛନ୍ତି । ସରକାରଙ୍କ ପକ୍ଷରୁ ତାଙ୍କ ଦାବି ପୂରଣ ହେବାର ପ୍ରତିଶ୍ରୁତି ମିଳିବା ପରେ ସୋନମ ୱାଙ୍ଗଚୁକ୍ ତାଙ୍କର ଅନିର୍ଦ୍ଦିଷ୍ଟ କାଳ ପାଇଁ କରିଥିବା ଅନଶନ ସମାପ୍ତ କରିଛନ୍ତି ।
ଗୁରୁବାର ମଧ୍ୟରାତ୍ରିରେ, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହ, ମେଦାନ୍ତା ହସ୍ପିଟାଲରେ ସୋନମ ୱାଙ୍ଗଚୁକଙ୍କୁ ଭେଟି ସରକାରଙ୍କ ସମର୍ଥନର ପ୍ରତିଶ୍ରୁତି ଦେଇଥିଲେ, ଯାହା ପରେ ସେ ତାଙ୍କର ଅନଶନ ସମାପ୍ତ କରିବାର ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରି ୱାଙ୍ଗଚୁକ୍ ଲେଖିଛନ୍ତି, “ଏବେ, କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଡାକ୍ତର ଜିତେନ୍ଦ୍ର ସିଂହ ଏବଂ ଲେହ ଲଦାଖ ଆପେକ୍ସ ବଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ, ମୁଁ ଶେଷରେ 26 ଦିନ ପରେ ମୋର ଅନଶନ ଭାଙ୍ଗିଲି ।”

ସୋନମ ୱାଙ୍ଗଚୁକ୍ ତାଙ୍କ ଅନଶନ ସମାପ୍ତ କରିଥିବା ଘୋଷଣା କରିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି, “ମୁଁ ସୋନମ ଜୀଙ୍କୁ ଅନୁରୋଧ କରୁଛି ଯେ ସେ ତାଙ୍କ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କର ଦୈନନ୍ଦିନ କାର୍ଯ୍ୟଧାରା ଅନୁସରଣ କରନ୍ତୁ ଏବଂ ଯଥାଶୀଘ୍ର ତାଙ୍କର ଓଜନ ଫେରି ପାଆନ୍ତୁ ।”ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, “ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସୋନମ ଜୀ ସୁସ୍ଥ ରୁହନ୍ତୁ ।”
ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ଏବଂ ଅନ୍ୟମାନଙ୍କ ଉପସ୍ଥିତିରେ ମେଦାନ୍ତ ହସ୍ପିଟାଲରେ ସରକାରଙ୍କ ପ୍ରତିଶ୍ରୁତିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ, ସରକାର ଦିଲ୍ଲୀର ଜନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିଥିବା ଏବଂ 20 ଜୁଲାଇରେ ସଂସଦ ଅଭିମୁଖେ ପଦଯାତ୍ରାରେ ଅଂଶଗ୍ରହଣ କରିଥିବା ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ ନକରିବା ପାଇଁ ସକାରାତ୍ମକ ଅଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସରକାର ପୂର୍ବରୁ ପରୀକ୍ଷା ସହିତ ଜଡିତ ପେପର ଲିକ୍ ଏବଂ ଶିକ୍ଷା ସଂସ୍କାର ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇସାରିଛନ୍ତି ।

  • Related Posts

    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading
    ନିଟ୍‌-ୟୁଜି ଓଏମ୍‌ଆର ସିଟ୍‌ରେ ତ୍ରୁଟି ; ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ୬ ପରୀକ୍ଷାର୍ଥୀ

    ନୂଆଦିଲ୍ଲୀ : ନିଟ୍‌-ୟୁଜି ୨୦୨୬ ପରୀକ୍ଷାର ଓଏମ୍‌ଆର୍ ସିଟ୍‌ରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ କରି ୬ ଜଣ ପରୀକ୍ଷାର୍ଥୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନକାରୀମାନେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ